THE BYAPINI

ପୁରୀ ନୁହଁ ଭୁବନେଶ୍ୱର ଷ୍ଟେସନରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦ୍‌ଘାଟନ

Get real time updates directly on you device, subscribe now.

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଆସନ୍ତା ୨୪  ତାରିଖ ଦିନ ସାଢ଼େ ୧୨ଟାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ  କରାଯିବ । ଏହି ଟ୍ରେନ୍‌ ଉଦ୍‌ଘାଟନ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଉପସ୍ଥିତ ରହିବେ । ସେହିପରି ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ  ସୁଲତା ଦେଓ, ସାଂସଦ ମୁଜିବୁଲ୍ଲା ଖାନ୍‌, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ  ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁରେଶ କୁମାର  ରାଉତରାୟ ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି । 

୨୭ ତାରିଖରୁ ଦ୍ୱିତୀୟ  ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ରାଉରକେଲାକୁ ନିୟମିତ ଚାଲିବ । ଶନିବାର  ବ୍ୟତୀତ ସପ୍ତାହରେ ୬ ଦିନ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଅନ୍‌ଲାଇନ୍‌ରେ ପୁରୀ-ରାଉରକେଲା ବନ୍ଦେ ଭାରତ  ଏକ୍ସପ୍ରେସ୍‌ ସମେତ ଦେଶରେ  ଅନ୍ୟାନ୍ୟ ୮ଟି ବନ୍ଦେ ଭରତ  ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ । 

ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ରାଉରକେଲା ୫୦୫ କିଲୋମିଟର  ଦୂରତା ମାତ୍ର ୭ ଘଣ୍ଟା ୪୫ ମିନିଟରେ ପହଞ୍ଚିବ । ପୁରୀରୁ ସକାଳ ୫ଟାରେ ଯାତ୍ରା  ଆରମ୍ଭ କରି ୧୨ଟା୪୫ରେ ରାଉରକେଲାରେ ପହଞ୍ଚିବ । ଅପରାହ୍ଣ ୨ଟା୧୦ରେ  ରାଉରକେଲା ଛାଡ଼ି ରାତି ୯ଟା୪୦ରେ ପୁରୀରେ ପହଞ୍ଚିବ । 

Get real time updates directly on you device, subscribe now.

Leave A Reply

Your email address will not be published.