କଟକ: ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।
ମାଲ୍ୟଗିରିରେ ବାବୁସାନ ଏବଂ ଅମ୍ଲାନଙ୍କ ଦମଦାର ଫାଇଟ ସାଙ୍ଗକୁ ଓଲିଉଡ଼ର ଚୁଲବୁଲି ନାୟିକା ଶିବାନୀ ଓ ସୂର୍ୟମୟୀଙ୍କୁ ଦେଖିବାକୁ ମିଳିବ । ଏକ ଆଇଟମ ସଙ୍ଗରେ ଏଲିନା ଦମଦାର ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ । ପୃଥିବୀରାଜ୍ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିବେଳେ ଫିଲ୍ମଟିର ଆକ୍ସନ ଶୁଟିଂ ବିଭିନ୍ନ ଜଙ୍ଗଲରେ ହୋଇଛି ।
ଓଡ଼ିଆ ଇଣ୍ଡଷ୍ଟ୍ରିର ଆକ୍ସନ ଷ୍ଟାର ଅରିନ୍ଦମ୍ ନିଜ ହୋମ୍ ପ୍ରଡକ୍ସନରେ ନିର୍ମାଣ ହୋଇଛି ଫିଲ୍ମ ରାମ୍ । ଫିଲ୍ମରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବଙ୍ଗୀୟ ଅଭିନେତ୍ରୀ ରୂପସା ମୁଖ୍ୟ ନୀୟିକା ଭାବରେ ଅଭିନୟ କରିଥିବା ବେଳେ ବଲିଉଡ୍ ର ଖଳନାୟକ ରାହୁଲ୍ ଦେବଙ୍କୁ ଏଥିରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି ।
ଦୁଇଟି ଆକ୍ସନ ଫିଲ୍ମ ସହ ଦଶହରାରେ ମୁକ୍ତିଲାଭ କରିବ ଆଉଏକ ଫିଲ୍ମ କଟକ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏଥିରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଅନୁ ଚୌଧୁରୀ, ଦେବାଶିଷ ପାତ୍ର, ପୁନମ୍ ମିଶ୍ର ଭଳି କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମଟି ସମ୍ପୂର୍ଣ୍ଣ କ୍ରାଇମ ସିଣ୍ଡିକେଟ ସହ ଗ୍ୟାଙ୍ଗୱାର ଉପରେ ପର୍ୟ୍ୟବେସିତ ।