ରାଉରକେଲା: ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଆଦ୍ୟପୂଜ୍ୟ ଗଣେଶଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣ ଋତୁ । ରାଉରକେଲା ସହରରେ ବି ପାର୍ବଣ ମାହୋଲ । ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀ ପୂଜା ପାଇଁ ପ୍ରସ୍ତୁତ ହେଲେଣି ମଣ୍ଡପ । ଚଳିତବର୍ଷ ୨୨୨ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୧୦୧ ମଣ୍ଡପରେ ଦୁର୍ଗାପୂଜା ଓ ୯୭ ମଣ୍ଡପରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ । ସହରରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ତେବେ ଏହି ସମସ୍ତ ଖବର ଭିତରେ ସହରକୁ ସ୍ୱଚ୍ଛ ରଖିବା ପାଇଁ ପୂଜା କମିଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଦୃଷ୍ଟି ଆକର୍ଷଣ କରିଛି । ପୂଜା ମଣ୍ଡପ ଚାରିପଟ ପରିଷ୍କାର ରଖିବା ସହ ନିୟମ ପାଳନ ନକଲେ ଜୋରିମାନା କରାଯିବ । ପରିଷ୍କାର ରଖିଥିବା ଶ୍ରେଷ୍ଠ ୩ଟି କମିଟିକୁ ୧୦ ହଜାର, ୧୫ ହଜାର ଓ ୨୦ ହଜାର ପୁରସ୍କାର ଦିଆଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂଜା ସମ୍ପର୍କିତ ସମସ୍ତ ଅନୁମତି ପ୍ରଦାନ କରାଯିବା ସହ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରହିବ । ବିଦ୍ୟୁତ, ଅଗ୍ନିଶମ, ନିର୍ବାହୀ ଯନ୍ତ୍ରୀଙ୍କ ଭଳି ବିଭିନ୍ନ ବିଭାଗର ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏବଂ ଆବଶ୍ୟକୀୟ ଯାଞ୍ଚ କଲା ପୂଜା ମଣ୍ଡପ ଗୁଡିକୁ ମିଳିବ ଅନୁମତି । ସେହିପରି ପ୍ରତି ଦୁଇବର୍ଷରେ ଥରେ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି ପୂଜା ମଣ୍ଡପରେ ସାଧାରଣ ଲୋକ, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ମଣ୍ଡରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସ୍ବେଛାସେବୀ ନିୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି । ମୂର୍ତ୍ତି ନିର୍ମାଣରେ ପ୍ରାକୃତିକ ରଙ୍ଗର ବ୍ୟବହାର ଏବଂ ଅଧିକ ଶବ୍ଦରେ ଡିଜେ ନବଜାଇବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡିଛି ।