THE BYAPINI

ପୋଲ ତଳକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

Get real time updates directly on you device, subscribe now.

ସୋରୋ: ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର। ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାରରେ ଦମ୍ପତି ଦୁଇ ପିଲାଙ୍କୁ ଧରି ପୁରୀ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି  । ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଅଛି । ସୋର ପୋଲିସ କାର୍‌ଟିକୁ ଥାନାକୁ ଆଣି ତଦନ୍ତ କରୁଛି । ଆହତଙ୍କ ସଠିକ ପରିଚୟ ମିଳିପାରିନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.