THE BYAPINI

ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଭାରତ

Get real time updates directly on you device, subscribe now.

ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାର ମୋହାଲିରେ ଖେଳା ଯାଇଥିଲା।  ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ।ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଗେଟ୍ ଦେଇଥିଲା। ଭାରତ ୧୭.୩ ଓଭରରେ ୪  ୱିକେଟ ହରାଇ ୧୫୯ ରନ କରି ମ୍ୟାଚକୁ ଜିତନେଇଛି। ଫଳରେ ଭାରତ ୩ ଟିକିଆ ସିରିଜରରେ ୧-୦ ରେ ଆଗରେ ରହିଛି।

ଭାରତ ପକ୍ଷରୁ  ରୋହିତ ଶର୍ମା ୨ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ତିଲକ ବର୍ମା ଶର୍ମା ସମ୍ଭାଳିଥିଲେ। ଶୁଭମନ ଗିଲ୍ ୧୨ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ତିଲକ ବର୍ମା ୨୨ ବଲରେ ରନ କରି ଆଉଟ ହୋଇଥିଲେ।  ପରେ ଜିତେଶ ଶର୍ମା ୨୦ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପାରିକୁ ରିଙ୍କୁ ସିଂହ ଓ ଶୁଭମ ଦୁବେ ସମ୍ଭାଳିଥିଲେ। ରିଙ୍କୁ ସିଂହ ୯ ବଲରେ ୧୬ରନ କରି ଅପରାଜିତ ଥିବା ବେଳେ ଶୁଭମ ଦୁବେ ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ।  ୪୦ ବଲରେ ୬୦ ରନ କରି ଅପରାଜିତ ରହିଥିଲେ ଶୁଭମ ଦୁବେ ।

Get real time updates directly on you device, subscribe now.

Leave A Reply

Your email address will not be published.