THE BYAPINI

ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ଯୁବକଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର:ରାଜଧାନୀରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ବେଡଶିଟ୍‌ ଦ୍ୱାରା ଫ୍ୟାନ୍‌ରେ ଝୁଲି  ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳର ପ୍ରଭୁପାଦ ମହାରଣା (୨୪)। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଥିବା ଆତ୍ମାରାମ୍‌ ଆପାର୍ଟମେଣ୍ଟସ୍ଥିତ ଏକ ବନ୍ଦ ଘରୁ ପ୍ରଭୁପାଦଙ୍କ ମୃତଦେହକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି। ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅନୁଯାୟୀ, ପ୍ରଭୁପାଦ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ରୋଷେୟା ଭାବେ କାମ କରୁଥିଲେ। ସେ ୫ ବର୍ଷ ହେଲା ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିଛିଦିନ ହେଲା ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ତେଣୁ ପ୍ରଭୁପାଦ ଏହାକୁ ନେଇ ଭାଙ୍ଗି ପଡ଼ିଥିଲେ। ସକାଳେ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ସେ ଆତ୍ମହତ୍ୟା କରୁଥିବା କହିଥିଲେ। ଯୁବତୀ ଜଣକ ତୁରନ୍ତ ଏନେଇ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଜଣାଇଥିଲେ। ମ୍ୟାନେଜର ଓ ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଖବର ଦେବା ପରେ ସମସ୍ତେ ତାଲା ଭାଙ୍ଗି ଘରେ ପଶିଥିଲେ। ହେଲେ ସେତେବେଳକୁ ପ୍ରଭୁପାଦଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତଦେହ ସାମ୍ନାରେ ପ୍ରଭୁପାଦଙ୍କ ମୋବାଇଲ ଭିଡିଓ କଲ୍‌ ମୋଡ୍‌ରେ ରହିଥିବା ସମସ୍ତେ ଦେଖିବାକୁ ପାଇଥିଲେ। ତେବେ ପ୍ରେମିକାଙ୍କୁ ତଦନ୍ତ ପରିସରକୁ ଆଣିବାକୁ ପ୍ରଭୁପାଦଙ୍କ ଭାଇ  ଦାବି କରିଛନ୍ତି। ପୋଲିସ ପ୍ରଭୁପାଦଙ୍କ ମୋବାଇଲ ଜବତ କରିଛି। ସେଥିରେ ଥିବା ମେସେଜ୍‌, କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଓ ହ୍ବାଟ୍ସଆପ୍‌ ଚାଟ୍‌ ଆଦିରୁ ପୋଲିସ ଏହି ମାମଲାରେ ବଳିଷ୍ଠ ପ୍ରମାଣ ପାଇବାକୁ ଆଶା ରଖିଛି।

Get real time updates directly on you device, subscribe now.

Leave A Reply

Your email address will not be published.