ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ ଥିବା ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଗ୍ରାମବାସୀ ମାଟି ଖୋଲି ଏକ ଶିବଲିଙ୍ଗ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ ଏହି କ୍ରାଣ୍ଡିବାଲି ଗାଁରେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ତ୍ରିନାଥ ଠାକୁର ପୂଜା ପାଇଁ ଆସୁଛନ୍ତି ଓ ରବିବାର ଦିନ ତ୍ରିନାଥ ମନ୍ଦିରର ପୂଜକ ତ୍ରିନାଥ ଦଶମୁଲ ମିଶ୍ର ପୂଜା ସାରି ମନ୍ଦିର ଭିତରେ ଶୋଇଥିଲେ ଓ ଶୋଇବା ସମୟରେ ପୂଜକଙ୍କୁ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ମୂଳରେ ଆବିର୍ଭାବ ହେବା କଥା ସ୍ୱପ୍ନାଦେଶ ହେଲା ଓ ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ । ପରେପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଆଗରୁ ମଧ୍ୟ ପୂଜକଙ୍କୁ ଏମିତି ସ୍ବପ୍ନାଦେଶ ମିଳିଥିବା ପୂଜକ ଜଣକ କହିଥିବା ବେଳେ ମନ୍ଦିର ପାର୍ଶ୍ୱରେ ରହୁଥିବା ଜମ୍ବେଶ୍ୱର ଡିଗାଲ ନାମକ ଜଣେ ବ୍ୟକ୍ତି ମଧ୍ୟ୍ୟ ଉକ୍ତ ଆମ୍ବ ଗଛରୁ ବାରମ୍ବାର ଏକ ଜ୍ୟୋତି ବାହାରି ଶୂନ୍ୟ ଆକାଶରେ ମିଳେଇ ଯାଉଥିବା ଦେଖିବାକୁ ପାଇଥିବା ସୂଚନା ମିଳିଛି ।