THE BYAPINI

ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଅଭିନେତା ଆର.ମାଧବନ୍‌

Get real time updates directly on you device, subscribe now.

ମୁମ୍ବାଇ : ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ଅଭିନେତା ଆର.ମାଧବନ୍‌ଙ୍କୁ ମନୋନୀତ କରିଛନ୍ତି । ନିଜର ପ୍ରତିଭା ବଳରେ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏହି ଅଭିନେତାଙ୍କୁ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(FTII)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଅନୁରାଗ ଠାକୁର ଟ୍ୱିଟରେ ଏହି ସୂଚନା ଦେବା ସହ ଅଭିନେତା ଆର ମାଧବନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି, ‘‘ଏଫଟିଟିଆଇ ଅଧ୍ୟକ୍ଷ ତଥା ପରିଚାଳନା ପରିଷଦର ଚେୟାରମ୍ୟାନ୍‌ ଭାବରେ ମନୋନୀତ ହୋଇଥିବାରୁ ଅଭିନେତା ମାଧବନ୍‌ ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମୁଁ ନିଶ୍ଚିତ ଯେ ଆପଣଙ୍କର ବିସ୍ତୃତ ଅଭିଜ୍ଞତା ଏହି ଅନୁଷ୍ଠାନକୁ ସମୃଦ୍ଧ କରିବ, ସକରାତ୍ମକ ପରିବର୍ତ୍ତନ ଆଣିବ ଏବଂ ଏହାକୁ ଏକ ଉଚ୍ଛ ସ୍ତରକୁ ନେଇଯିବ ।’’ ଏହାର ଉତ୍ତରରେ ମାଧବନ୍‌ ଲେଖିଛନ୍ତି, ‘‘ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ସମସ୍ତ ଆଶା ପୂରଣ କରିବା ପାଇଁ ମୁଁ ଚେଷ୍ଟା କରିବି ।’’

Get real time updates directly on you device, subscribe now.

Leave A Reply

Your email address will not be published.