‘ଫୋର୍ବସ’ ତାଲିକାରେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଏବଂ ସଙ୍ଗୀତକାର ଟେଲର୍ ସୱିଫ୍ଟ ମଧ୍ୟ ସାମିଲ ଅଛନ୍ତି। ଏହି ତାଲିକାରେ ନାମିତ ଅନ୍ୟ ତିନିଜଣ ଭାରତୀୟ ମହିଳା ହେଉଛନ୍ତି ଏଚସିଏଲ ନିଗମର ଏସଇଓ ରୋଶନୀ ନାଦର ମାଲହୋତ୍ରା , ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ଚେୟାରମ୍ୟାନ ସୋମା ମଣ୍ଡଳ ଏବଂ ବାୟୋକନ ପ୍ରତିଷ୍ଠାତା କିରଣ ମଜୁମଦାର-ଶୋ ।
ଏହି ତାଲିକାରେ ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭନ ଡେର୍ ଲେୟନ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମାଲିକ ଖ୍ରୀଷ୍ଟାଇନ ଲାଗାର୍ଡ ଏବଂ ତୃତୀୟ ସ୍ଥାନରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ରହିଛନ୍ତି।