THE BYAPINI

ବଢ଼ିଲା ଗହମ ଦାମ୍‌,୩ରୁ ୨ ହଜାର ଟନ୍‌କୁ ଖସିଲା ଷ୍ଟକ୍‌ ସୀମା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗହମର ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ଆଜି ଗହମ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ବିକ୍ରେତାଙ୍କ କ୍ଷେତ୍ରରେ ଷ୍ଟକ୍‌ ସୀମାକୁ ୩ ହଜାର ଟନରୁ ୨ ହଜାର ଟନକୁ ହ୍ରାସ କରିଛନ୍ତି । ଏହି ପଦକ୍ଷେପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତି ଘୋଷଣା କରି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ବର୍ତ୍ତମାନର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଷ୍ଟକ୍‌ ସୀମା ସମୀକ୍ଷା କରାଯାଇଛି ଏବଂ ବ୍ୟବସାୟୀ, ହୋଲସେଲର ଏବଂ ବୃହତ ଖୁଚୁରା ଚେନ୍‌ ବିକ୍ରେତାଙ୍କ ପାଇଁ ଷ୍ଟକ୍‌ ସୀମା ୨ ହଜାର ଟନକୁ ହ୍ରାସ କରାଯାଇଛି । ତିନି ମାସ ପୂର୍ବରୁ ଜୁନ୍‌ ୧୨ରେ ସରକାର ଗହମ ବ୍ୟବସାୟୀଙ୍କ ଉପରେ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ୩ ହଜାର ଟନ୍‌ ଷ୍ଟକ୍‌ ରଖିପାରିବା ପାଇଁ ସୀମା ଧାର୍ଯ୍ୟ କରିଥିଲେ । ତେବେ ଗତ ଏକ ମାସ ମଧ୍ୟରେ ଗହମର ମୂଲ୍ୟ ଚାରି ପ୍ରତିଶତ ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ସରକାର ଷ୍ଟକ୍‌ ସୀମାକୁ ୨ ହଜାର ଟନକୁ ହ୍ରାସ କରିଛନ୍ତି । ଶ୍ରୀ ଚୋପ୍ରା କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଗହମ ଉପଲବ୍ଧ ଅଛି । ସୂଚନା ଅନୁଯାୟୀ ବ୍ୟବସାୟୀ ଓ ହୋଲସେଲରଙ୍କ ପାଇଁ ୨ ହଜାର ମେଟ୍ରିକ ଟନ ଓ ବୃହତ ଖୁଚୁରା ଚେନ୍‌ ବିକ୍ରେତାଙ୍କ କ୍ଷେତ୍ରରେ ପ୍ରତ୍ୟେକ ଡିପୋ ପାଇଁ ୨ ହଜାର ମେଟ୍ରିକ ଟନ ଗହମ ଷ୍ଟକ ସୀମା ନିର୍ଦ୍ଧାରଣ କରାଯାଇଛି । ଅନ୍ୟ ବର୍ଗଗୁଡିକ ପାଇଁ, ଷ୍ଟକ୍‌ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସମସ୍ତ ଗହମ ଷ୍ଟକିଂ ସଂସ୍ଥା https://evegoils.nic.in/wsp/login ପୋର୍ଟାଲରେ ପଞ୍ଜୀକୃତ ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଷ୍ଟକ୍‌ ସ୍ଥିତିକୁ ଅପଡେଟ କରିବା ଆବଶ୍ୟକ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.