ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୩୦ ଫୁଟ ଛୁଇଁଛି । ଫଳରେ ୭ଟି ସ୍ଲୁଇସ୍ ଗେଟ୍ ବାଟେ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୫ ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ୧ ଲକ୍ଷ ୫୫ ହଜାର ୨୬୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେଥିରୁ ସ୍ଲୁଇସ୍ ଗେଟ୍ ଦେଇ ୧ ଲକ୍ଷ୧୫ ହଜାର ୦୮୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬ ହଜାର ୧୪୨ କ୍ୟୁସେକ୍ ଜଳ ମହାନଦୀରେ ଛଡାଯାଉଛି । ସେହି ଭଳି ଜଳସେଚନ ନିମନ୍ତେ କେନାଲଗୁଡିକରେ ୩,୭୫୭ କ୍ୟୁସେକ୍ ଓ ଶିଳ୍ପାନୁଷ୍ଠାନକୁ ୨୫୭ କ୍ୟୁସେକ୍ ଓ ମେଗା ଉଠଜଳସେଚନ ପ୍ରକଳ୍ପ ପାଇଁ ୨୬ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି ।