THE BYAPINI

ବଢିବାରେ ଲାଗିଛି ତାପମାତ୍ରା ଗରମ, ଗୁଳୁଗୁଳି ସନ୍ତୁଳି ହଉଛି ରାଜ୍ୟ

Get real time updates directly on you device, subscribe now.

ଭୁବନେଶ୍ବର: ରାଜ୍ୟର ପ୍ରାୟ ସହରର ତାପମାତ୍ରା ବଢିବାରେ  ଲାଗିଛି । ଦିନ ତମାମ ପ୍ରଚଣ୍ଡ ଖରା ରାଜ୍ୟରେ ଗ୍ରୀଷ୍ମର ଭ୍ରମ ସୃଷ୍ଟି କରିଥିବା ବେଳେ ଅତ୍ୟଧିକ ଗୁଳୁଗୁଳି ରାଜ୍ୟବାସୀଙ୍କୁ ସନ୍ତୁଳି ପକାଉଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିଠାରେ ୩୬.୭ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରାଜ୍ୟର ୧୮ ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରେ ରହିଥିଲା। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୨୯.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ଥିଲା ୮୪%। ଫଳରେ ସକାଳୁ ସକାଳୁ ହିଁ ରାଜଧାନୀବାସୀ ୩୮ ଡିଗ୍ରି ଭଳି ତାପମାତ୍ରା ବା ଗରମ, ଗୁଳୁଗୁଳି ଅନୁଭବ କରିଥିଲେ। କେବଳ ରାଜଧାନୀ ନୁହେଁ, ଅନ୍ୟପଟେ ରାଜ୍ୟରୁ ମୌସୁମୀ ବିଦାୟ ନେବା ସମୟ ଆସିଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୁଳ ରହିଛି। ଏଥିସହ ଆସନ୍ତା ୨ ଦିନରେ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି କିଛି ଅଞ୍ଚଳ ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ଫେରିବ। 

Get real time updates directly on you device, subscribe now.

Leave A Reply

Your email address will not be published.