THE BYAPINI

ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ର ମୃତ

Get real time updates directly on you device, subscribe now.

ଭୁବନେଶ୍ୱର:  ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ବୁଡି ଛାତ୍ର ମୃତ । ମୃତ ଛାତ୍ର ଜଣଙ୍କ ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇ ସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ । ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଓମ୍ ।

ସୂଚନା ଥାଉକି, ତପୋବନ ଆଶ୍ରମରୁ ୫ ଜଣ ଛାତ୍ର ସ୍କୁଲ ଯିବାକୁ ବାହାରିଥିଲେ ସ୍କୁଲ ନଯାଇ ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିର ପୋଖରୀରେ ଗାଧୋଉଥିଲେ । ଗାଧେଇବା ସମୟରେ ଛାତ୍ର ଓମ୍ ପ୍ରକାଶ ପ୍ରଧାନ ପାଣିରେ ବୁଡ଼ିଯାଇଥିଲେ । ଓମ୍ ପ୍ରକାଶ ପ୍ରଧାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କିନ୍ତୁ ପାଣି ଭିତରୁ ବାହାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । 

Get real time updates directly on you device, subscribe now.

Leave A Reply

Your email address will not be published.