THE BYAPINI

ବଲିଉଡରେ ୩୫ ବର୍ଷ ପୂରଣ କଲେ ଭାଈଜାନ୍‌ ସଲ୍‌ମାନ ଖାନ୍‌

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡର ଭାଇଜାନ ଅର୍ଥାତ୍‌ ସଲମାନ ଖାନ ୨୬ ଅଗଷ୍ଟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୫ ବର୍ଷ ପୂରଣ କରିଛନ୍ତି । ଏହି ସମ୍ପର୍କରେ ସୂଚନା ଦେଇ ସଲମାନ୍‌ ଖାନ୍‌ ନିଜ ସାମାଜିକ ଗଣାମାଧ୍ୟମ ହ୍ୟାଣ୍ଡେଲ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଲ୍‌ମାନ୍‌ ଖାନ୍‌ ୧୯୮୮ ରେ ବିୱି ହୋ ତୋ ଏସି ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପାଦଥାପିଥିଲେ । ଏହା ପରେ ସେ ମେନ୍‌ ପ୍ୟାର କିୟା, ବାଗୀ, ସନମ ବେୱାଫା, ପାଥର୍‌ କେ ଫୁଲ, ସାଜନ ଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ହମ୍‌ ଆପକେ ହେଁ କୌନ୍‌ ଠାରୁ ଆରମ୍ଭ କରି କରନ୍‌ ଅର୍ଜୁନ୍‌, ହମ ଦିଲ ଦେ ଚୁକେ ସନମ୍‌, କିକ୍‌ , ଭାରତ, ପ୍ରେମ୍‌ ରତନ୍‌ ଧନ୍‌ ପାୟୋ , ଦବଙ୍ଗ, ବଡିଗାର୍ଡ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ, ବଜରଙ୍ଗୀ ଭାଈଜାନ୍‌, ସୁଲତାନ୍‌ ଭଳି ଗୋଟିଏ ପରେ ଗୋଟିଏ ବଲିଉଡକୁ ଅନେକ ବ୍ଲକ ବଷ୍ଟର ହିଟ୍‌ ଫିଲ୍ମ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିବା ସଲମାନ୍‌ ଖାନ୍‌ ଟେଲିଭିଜନ୍‌ରେ ବିଗ୍‌ବସ୍‌ର ହୋଷ୍ଟ ଭାବରେ ମଧ୍ୟ ଖୁବ୍‌ ସଫଳ ହୋଇଛନ୍ତି । ସଲମାନ ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ବଡ ପରଦାରେ ଦେଖିବାକୁ ମିଳିଥିଲା । ଏବେ ତାଙ୍କୁ ତାଙ୍କର ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ ‘ଟାଇଗର’ରେ ଦେଖିବାକୁ ମିଳିବ ।
ଅଭିନୟ ଜଗତରେ ୩୫ ବର୍ଷର ଯାତ୍ରା ପୂରଣ କରିଥିବାରୁ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଲମାନ ଖାନ ତାଙ୍କ ଚଳଚ୍ଚ଼ିତ୍ର ଗୁଡିକରୁ କିଛି ଦୃଶ୍ୟର ଏକ କୋଲାଜ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ପ୍ରସିଦ୍ଧ ସଂଳାପ ଏବଂ ଗୀତ ଷ୍ଟେପ୍‌ ଅଛି ଏହି ଭିଡିଓ ସେୟାର କରି ସଲମାନ ଲେଖିଛନ୍ତି- ‘୩୫ ବର୍ଷ ୩୫ ଦିନ ଭଳି ବିତିଗଲାଣି, ତୁମମାନଙ୍କ ପ୍ରେମ ପାଇଁ ଧନ୍ୟବାଦ’ ।

Get real time updates directly on you device, subscribe now.

Leave A Reply

Your email address will not be published.