THE BYAPINI

ବହିଷ୍କୃତ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି

Get real time updates directly on you device, subscribe now.

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବିପୁଳ ପରିମାଣର ଟଙ୍କା ଘରେ ଠୁଳ କରିବା ।  ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି ।  ଡିଜିପି ତାଙ୍କୁ ବହିଷ୍କୃତ କରିଛନ୍ତି ।  ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଡିଜିପି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।  ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ପକ୍ଷରୁ ୩୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ଟଙ୍କା ଜବତ କରିଥିଲା । ଏହା ପରେ ଡିଜିପି ତାଙ୍କୁ ଚାକିରୀରୁ  ବହିଷ୍କୃତ କରିଛନ୍ତି । 

ଭିଜିଲାନ୍ସ ଜାଲରେ ଫସିଥିବା ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ମିଳିଥିଲା ବିଡା ବିଡା ଟଙ୍କା। କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍‌‌ ମିଳିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଆଇଆଇସିଙ୍କ ବୈପାରୀଗୁଡା ଘର ଓ କାର୍ୟ୍ୟାଳୟରୁ ନଗଦ ୭.୫ ଲକ୍ଷ ଟଙ୍କା ମିଳିଥିଲା।

ସୂଚନା ଯୋଗ୍ୟ, କୋରାପୁଟ ବୈପାରୀଗୁଡା ଥାନା ଅଧିକାରୀ (ଆଇଆଇସି) ସୁଶାନ୍ତ ଶତପଥୀ କଟକ ସ୍ଥିତ ନିଜ ଘରକୁ ଫେରିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲ।। ଏହି ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିଲା। ଏତେ ଟଙ୍କା କୁଆଡୁ ଆଣିଲେ ସେ ନେଇ ଭିଜିଲାନ୍ସ ପ୍ରଶ୍ନ କରିବାରୁ ଆଇଆଇସି ଏହାର କୌଣସି ଉତ୍ତର ରଖିପାରି ନଥିଲେ।  ଭିଜିଲାନ୍ସ ଅଧିକାରୀ ଆଇଆଇସିଙ୍କ କାର୍ୟ୍ୟାଳୟ ଓ ଘରେ ଚଢାଉ କରି ପ୍ରାୟ ୭ ଲକ୍ଷ ଟଙ୍କା ଜବତ କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.