THE BYAPINI

ବାଘ ଛାଲ ସହ ୨ ଗିରଫ

Get real time updates directly on you device, subscribe now.

ରାୟଗଡା: ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଂଚଳରେ ବାଘ ଛାଲ ରାକେଟ ସକ୍ରିୟ ହୋଇଛି। ତୁରନ୍ତ ରାୟଗଡାରେ ଏସଟିଏଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚାନ୍ଦିଲି ଥାନା ଅଂଚଳର ତାମ୍ପରବିଦୁନି ଛକ ନିକଟରେ ବାଘ ଛାଲର ବେପାର ଚାଲିଥିବା ବେଳେ ଏସଟିଏଫ ଟମି ମାଡିବସିଥିଲା। ଏହି ଘଟଣାରେ ଦୁଇ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା। ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଅଂଚଳର ବିକ୍ରମ ମାଝି ଏବଂ ରାଜା ମାଝି। ଦୁଇ ଜଣକୁ ଗିରଫ କରିବା ପରେ ସେମାନଙ୍କ ଠାରୁ ବାଘ ଛାଲ ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.