THE BYAPINI

ବାଣ କାରଖାନାରେ ବିସ୍ଫୋରଣ: ୨୩ ମୃତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମଧ୍ୟ ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୨୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି।  ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। କିଛି ଉଦ୍ଧାର କର୍ମୀ ମାନେ ବିସ୍ଫୋରଣ ସ୍ଥଳର କିଛି ଫଟୋ ସେୟାର କରିଛନ୍ତି।

ଯେଉଁଥିରେ ଘଟଣାସ୍ଥଳଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ପୁରା ଅଞ୍ଚଳରେ  କାରଖାନାର ଅଂଶବିଶେଷ ଏବଂ ଖଣ୍ଡ ବିଖଣ୍ଡିତ ଶରୀର ବିଛାଡି ହୋଇପଡିରହିଛି। ବ୍ୟାଙ୍କକଠାରୁ  ପ୍ରାୟ ୧୨୦ କିମି ଦୂର ଉତ୍ତରରେ ସୁଫାନ ବୁରୀସ୍ଥିତ ବାଣ କାରଖାନାରେ ଏହି ଅଘଟଣ ଘଟିଛି। ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ୟ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.