THE BYAPINI

ବାଲେଶ୍ୱର ଉପନିର୍ବାଚନ: ବେଣୁଧର ବାରିକ ଓରଫ ବେଣୁ ମଉସା, କାହା ପାଇଁ ଆର୍ଶୀବାଦ ତ କାହା ପାଇଁ ଅଭିଶାପ।

Get real time updates directly on you device, subscribe now.

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ନିଜର ହାଇଭୋଲଟେଜ ପ୍ରଚାର ଜାରି ରଖିଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତ ସମସ୍ତ ଦଳ ପାଇଁ ମୁଣ୍ଡ ବିନ୍ଧା ପାଲଟିଥିବା ବେଣୁ ମଉସା ଓରଫ ବେଣୁଧର ବାରିକ । ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ମୈଦାନକୁ ଓହ୍ଲାଇଥିବା ବେଣୁ ମଉସା ହେଉଛନ୍ତି ବାଲେଶ୍ୱର ସଦର ଆସନର ଏବେ ସବୁଠୁ ଚର୍ଚ୍ଚିତ ଚେହେରା ।

ଗତ କିଛିଦିନ ହେବ ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବୟସ୍କ ପ୍ରାର୍ଥୀ ବେଣୁଧର ବାରିକ । ସାଇକେଲଟିଏ ଧରି ନିଜ ପାଇଁ ଏକା ଏକା ପ୍ରଚାର କରୁଥିଲେ ବେଣୁ । କିନ୍ତୁ ଏବେ କିଛି ଲୋକ ସ୍ୱତପ୍ରୋତ ଭାବେ ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି । ତାଙ୍କ ପାଇଁ ଅଟୋ ରିକ୍ସାରେ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛନ୍ତି । ଯାତ୍ରା ଦୁନିଆର ଆଇଟମ ଗର୍ଲ ରାଣୀ ପଣ୍ଡା ମଧ୍ୟ ବାଲେଶ୍ୱର ଯାଇ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିବା ସହ ତାଙ୍କୁ ସାଇକେଲ ଉପହାର ଦେଇଛନ୍ତି ।

ଅନ୍ୟପଟେ ଉପନିର୍ବାଚନରେ ବେଣୁ ମଉସା କାହା ପାଇଁ ଆର୍ଶୀବାଦ ପାଲଟିପାରନ୍ତି ତ କାହା ପାଇଁ ଅଭିଶାପ । ବିଜେପିର ସିମ୍ପାଥୀ ଭୋଟରେ ଭାଗ ବସାଇପାରନ୍ତି ବେଣୁ ମଉସା । ଦିବଂଗତ ବିଧାୟକ ମୋହନ ଦତଙ୍କ ମୃତ୍ୟୁ ପରେ ପୁଅ ମାନସ ଦତ୍ତଙ୍କୁ ନିର୍ବାଚନକୁ ମୈଦାନକୁ ଓହ୍ଲାଇ ବିଜେପି ସିମ୍ପାଥୀ ଭୋଟ ଖେଳିଥିଲା । ଏବେ ସେସବୁ ଭୋଟରେ ଭାଗ ବସାଇ ପାରନ୍ତି ବେଣୁ ମଉସା । ସେହିପରି ବିଜେଡି ମଧ୍ୟ ଉପନିର୍ବାଚନରେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନୂଆ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ସାମନାଙ୍କୁ ଆଣିଥିଲା । ସ୍ୱରୁପଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ପ୍ରଥମରୁ ହିଁ ରବୀନ୍ଦ୍ର ଜେନାଙ୍କ ସମର୍ଥକ ବିରୋଧ କରିଥିଲେ । ପରେ ଆପୋଷ ସମାଧାନ କରାଯାଇଥିଲା । ତେବେ ଦଳ ସିନା ନୂଆ ପ୍ରାର୍ଥୀଙ୍କୁ ସାମନାକୁ ଆଣିଥିଲା ତେବେ ଦଳ ପାଇଁ ଅନେକ ଚ୍ୟାଲେଂଜ ସୃଷ୍ଟି ହୋଇଥିଲା । ସାଂଗଠାନିକ ଦକ୍ଷତା ମଧ୍ୟ ସେଭଳି ନଥିଲା । ତେଣୁ ଦଳର ପରାଜୟର ସମ୍ଭାବନା ଅଧିକା ଦେଖାଦେଇଥିଲା । ତେବେ ବିଜେପି ପାଇଁ ବିପଦ ଆଣିପାରନ୍ତି ବେଣୁ ମଉସା । କାରଣ ଯୁବ ଗୋଷ୍ଠୀ ଓ ଅନେକ ଲୋକ ଏବେ ବେଣୁ ମଉସାଙ୍କ ସମର୍ଥନରେ ଆଗେଇଆସିଛନ୍ତି । ଯାହାର ଫାଇଦା ନେବ ବିଜେଡି । ସେହିପରି କଂଗ୍ରେସ ମଧ୍ୟ ନୂଆ ପ୍ରାର୍ଥୀ ମମତା କୁଣ୍ଡଙ୍କୁ ମୈଦାନକୁ ଓହ୍ଲାଇ ମହିଳା କାର୍ଡ ଖେଳିଛି ।


ବର୍ତମାନ ସମୟରେ ବାଲେଶ୍ୱର ସଦର ଉପନିର୍ବାଚନ ଏକ ନିର୍ଣ୍ଣାୟକ ମୋଡ଼ ଦେଇ ଗତି କରୁଥିବା ବେଳେ ଦେଖିବାକୁ ବାକି ରହିଲା କାହାର ପଲ୍ଲା ଭାରି ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.