THE BYAPINI

ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ

Get real time updates directly on you device, subscribe now.

ବେଙ୍ଗାଲୁରୁ: ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ୟ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ୟ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଛି। ଉଭୟଙ୍କ ସ୍ଥିତି ଜାଣିବାକୁ ସିଗ୍‌ନାଲ ପଠା ଯାଇଥିଲା। ମାତ୍ର ରାତି ସୁଦ୍ଧା ବିକ୍ରମ ଏବଂ ପ୍ରଜ୍ଞାନଠାରୁ କୌଣସି ସିଗ୍‌ନାଲ ମିଳିନାହିଁ। ଦୁହିଁଙ୍କ ସହ ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଚନ୍ଦ୍ରଯାନ-୩ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରି ଦେଇଥିଲା। ଏହାର ୧୦ ଦିନ ପରେ ରାତି ହେବାରୁ ଇସ୍ରୋ ଗତ ୨ ତାରିଖରେ ରୋଭର ଏବଂ ୪ ତାରିଖରେ ଲ୍ୟାଣ୍ଡରକୁ ସୁରକ୍ଷିତ ସ୍ଥାନରେ ରଖି ‘ସ୍ଲିପ୍ ମୋଡ’କୁ ନେଇ ଯାଇଥିଲା। ତେବେ ଲ୍ୟାଣ୍ଡର ଏବଂ ରୋଭରର ରିସିଭରକୁ ଚାଲୁ ରଖାଯାଇଥିଲା। ସ୍ଲିପ୍ ମୋଡ୍ରେ ରଖିବା ପୂର୍ବରୁ ବ୍ୟାଟେରୀକୁ ଚାର୍ଜ କରାଯାଇଥିଲା। ସୌର ରଶ୍ମି ସିଧାସଳଖ ସୌର ପ୍ୟାନେଲ ଉପରେ ପଡ଼ିବ ଭଳି ଅଞ୍ଚଳରେ ରୋଭରକୁ ରଖା ଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.