THE BYAPINI

ବିଜେଡିର ଜନ ପ୍ରତାରଣା ଅଭିଯାନ : ବିଜେପି

Get real time updates directly on you device, subscribe now.

ଭୁବନେଶ୍ବର:ଆଜି ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିବାବେଳେ ଏହାକୁ ବିଜେପି ଟାର୍ଗେଟ କରିଛି ।   । ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ବିଜେଡିର ଜନ ସମ୍ପର୍କ  ଅଭିଯାନ ନୁହେଁ, ଏହା ଜନ ପ୍ରତାରଣା ଅଭିଯାନ। ଏ ଜନ ସମ୍ପର୍କ ଅଭିଯାନ କାହିଁକି ? ଯଦି ରାଜ୍ୟବ୍ୟାପୀ ଜନଶୁଣାଣୀ ଚାଲିଥିଲା, ତାହେଲେ ଏ ଜନ ସମ୍ପର୍କ ଅଭିଯାନ କାହିକି ? ବିଧାନସଭା ଚାଲିଥିବାବେଳେ ଲୋକ ଧାରଣାରେ ବସିଛନ୍ତି, ଯଦି ରାଜ୍ୟବ୍ୟାପୀ ଜନଶୁଣାଣୀ ଚାଲିଥିଲା ତାହେଲେ ଏ ଲୋକ ଧାରଣାରେ ବସୁଛନ୍ତି କାହିଁକି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । 
ବିଜେପି ମୁଖପାତ୍ର ଆହୁରି କହିଛନ୍ତି, ଦାଦନ ଖଟିବାକୁ ଯାଉଥିବା ୩୦ ଲକ୍ଷ ପରିବାରକୁ ଜନ ସମ୍ପର୍କରେ ବିଜେଡି ଭେଟିବ କି ? ୧୦ ହଜାର କହି କାଳିଆ ଯୋଜନା ୪ ହଜାର ଦେବା ପ୍ରତାରଣା ନୁହେଁ ତ ଆଉ କଣ ? ୨୦୧୪ରେ ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ, ହେଲେ ୯ ବର୍ଷ ରେ କିଛି ହୋଇନାହିଁ ? ବିଜେଡି ସମ୍ବିଧାନରେ ଅହିଂସା କଥା କହୁଛି, ହେଲେ ଏଗାରଟି ରାଜନୈତକ ହତ୍ୟା ଓ ଢେଙ୍କାନାଳରେ ୫ଟି ହତ୍ୟା ହେଲାଣି, ହେଲେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ? ବିକାଶ କଣ ହୋଇଛି ଶ୍ୱେତ ପତ୍ର ଜାରି କରିବେ କି ସରକାର ? କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ଯୋଜନା କରାଯାଉଛି। ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା ହେଉଛି ଜନ ପ୍ରତାରଣା ଯୋଜନା। ଜନ ସମ୍ପର୍କ ଅଭିଯାନରେ ଲୋକଙ୍କୁ କି ଉତ୍ତର ଦେବେ ? ଆଜି ରାଜ୍ୟରେ ଦାଦନ ସଂଖ୍ୟା ବଢ଼ିଛି, ମହିଳା ନିର୍ୟାତନା ଚରମ ସୀମାରେ, ଚାଷୀ ସମସ୍ୟା ନ କହିବା ଭଲ। ଏଠି ସରକାର କେବଳ ପ୍ରୋପାଗଣ୍ଡାରେ ଚଳାଇଛନ୍ତି, ଗଣମାଧ୍ୟର କଣ୍ଠରୋଧ କରାଯାଉଛି। ଓଡ଼ିଶାର ସିଏମଓ ହେଉଛି ହିଟଲରଙ୍କ ପ୍ରପାଗଣ୍ଡା ମିନଷ୍ଟ୍ରି ସହ ସମାନ। ଯାହା ସମସ୍ତେ ଜାଣିଛନ୍ତି। ବିଜେଡିର ଜନ ସମ୍ପର୍କ ଅଭିଯାନ ନୁହେଁ। ଏହା ଜନ ପ୍ରତାରଣା ଅଭିଯାନ। ପ୍ରତାପ ଜେନାଙ୍କଠାରୁ ଆରମ୍ଭ କରି ବିକ୍ରମ ଆରୁଖଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ଶ୍ରୀକାନ୍ତ ସାହୁ, ବିଜୟ ଶଙ୍କର ଦାସଙ୍କ ବିରୋଧ ଯୌନ କେଳେଙ୍କାରୀ ଅଭିଯୋଗ ଅଛି। ମୁଖ୍ୟମନ୍ତ୍ରୀ ଜନ ବିରୋଧୀଙ୍କୁ ପଠାଇଛନ୍ତି ଜନ ପ୍ରତାରଣା ଅଭିଯାନ ପାଇଁ ବିକାଶ କଣ ହୋଇଛି ଶ୍ୱେତ ପତ୍ର ଜାରି କରିବେ କି ସରକାର ? ୨୩ ବର୍ଷ ଶାସନରେ ଓଡ଼ିଶା ଆଗେଇବା ବଦଳରେ ପଛକୁ ଚାଲିଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.