ଭୁବନେଶ୍ୱର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗାଇଥିଲା। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।ସେ କହିଛନ୍ତି, ଗତ ନିର୍ବାଚନରେ ମଧ୍ୟ ବିଜେପିକୁ ହରାଇବାକୁ ଛତିଶଗଡ଼ରେ ବିଜେଡ଼ି ପଇସା ଲଗାଇଥିଲା। ଛତିଶଗଡ଼ରେ କଂଗ୍ରେସ ଜିତିବା ପରେ ବିଜେଡିର ନେତାମାନେ ଖୁସି ହୋଇଥିଲେ। ଏଥର ମଧ୍ୟ ସେଇଆ କରିଥିଲା ବିଜେଡି। ବିଜେପିକୁ ହରାଇବାକୁ ବିଜେଡି ପଇସା ଲଗାଇଥିଲା। ବିଜେଡି ନେତାମାନେ ଛତିଶଗଡ଼ ଆସି ବିଜେପି ବିରୋଧରେ ପ୍ରଚାର କରିଥିଲେ। ବିଜେପିକୁ ଭୋଟ ଦିଅ ନାହିଁ ବୋଲି କହିଥିଲେ। ତା’ ସତ୍ତ୍ୱେ ଛତିଶଗଡ଼ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି। ଛତିଶଗଡ଼ ଭାରତୀୟ ଜନତା ପାର୍ଟି ସରକାର କରିବ। ଓଡ଼ିଶାରେ ମଧ୍ୟ ୨୦୨୪ ମସିହାରେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ଗଢ଼ିବ, କେହି ଅଟକାଇ ପାରିବେନି।
ଛତିଶଗଡ଼ ନିର୍ବାଚନର ପ୍ରଭାବ ୨୦୨୪ରେ ଓଡ଼ିଶା ଉପରେ ପଡ଼ିବ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।
Get real time updates directly on you device, subscribe now.

Prev Post
Next Post