THE BYAPINI

ବିତର୍କର ୧ ଘଂଟା ଭିତରେ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ମିଳିଲା ୩.୭ କୋଟି ଚାନ୍ଦା

Get real time updates directly on you device, subscribe now.

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଥିବା ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ୱାମୀଙ୍କ ପ୍ରତି ଜନସମର୍ଥ ବଢ଼ିବାରେ ଲାଗିଛି । ତାଙ୍କର ଲୋକପ୍ରିୟତା ଏବଂ ଅନଲାଇନରେ ପାଣ୍ଠି ସଂଗ୍ରହ ବଢ଼ିବାରେ ଲାଗିଛି । ଦଳ ପକ୍ଷରୁ ପ୍ରଥମ ବିତର୍କ ପରେ ୧ ଘଂଟା ମଧ୍ୟରେ ୩୮ ବର୍ଷୀୟ ରାମସ୍ୱାମୀଙ୍କୁ ୪,୫୦,୦୦୦ ଡଲାର (୩.୭ କୋଟି ଟଙ୍କା) ଚାନ୍ଦା ମିଳିଛି । ଉକ୍ତ ବିତର୍କରେ ନ୍ୟୁଜର୍ସିର ପୂର୍ବତନ ଗଭର୍ଣ୍ଣର କ୍ରିସ କ୍ରିଷ୍ଟିଜ, ପୂର୍ବତନ ଉପରାଷ୍ଟ୍ରପତି ମାଇକ ପେନ୍ସ ଏବଂ ସାଉଥ କ୍ୟାରୋଲିନା ରାଜ୍ୟପାଳ ନିକି ହାଲି ଏବଂ ରନ୍‌ ଡିସାନ୍‌ଟିସ୍‌ ଭାଗ ନେଇଥିଲେ । ତେବେ ରାମସ୍ୱାମୀଙ୍କ ଭାଷଣ ସବୁଠୁ ଭଲଥିଲା ବୋଲି କୁହାଯାଉଛି । ଦଳର ପ୍ରମୁଖ ଆଶାୟୀ ଡୋନାଲ୍ଡ ଟ୍ରମ୍ପ ଏହି ବିତର୍କରେ ଭାଗ ନେଇପାରି ନଥିଲେ । ଏକ ସର୍ଭ?ରୁ ଜଣାଯାଇଛି ୨୮ ପ୍ରତିଶତ ଶ୍ରୋତା ରାମସ୍ୱାମୀଙ୍କ ଭାଷଣକୁ ପସନ୍ଦ କରିଥିବାବେଳେ ୨୭ ପ୍ରତିଶତ ରନ ଡିସାନ୍‌ଟିସଙ୍କୁ, ୧୩ ପ୍ରତିଶତ ମାଇକ ପେନ୍ସଙ୍କୁ ଏବଂ ୭ ପ୍ରତିଶତ ନିକି ହାଲିଙ୍କୁ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.