THE BYAPINI

ବିଦ୍ୟୁତ୍‌ ଦର ବୃଦ୍ଧି ପାଇଁ ଅଦାନୀ ଦାୟୀ : ରାହୁଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ଏବଂ ଆଦାନୀଙ୍କ କାରଣରୁ ବିଦ୍ୟୁତ୍‌ ମହଙ୍ଗାରେ ମିଳୁଛି। କଂଗ୍ରେସ ନେତା କହିଛନ୍ତି, ଆଦାନୀ ଜୀ ଇଣ୍ଡୋନେସିଆରେ କୋଇଲା କିଣୁଛନ୍ତି ଏବଂ ଭାରତରେ ଏହାର ହାର ଦ୍ୱିଗୁଣିତ ହୋଇଛି। ସେ କୋଇଲା ମୂଲ୍ୟକୁ ଭୁଲ ଭାବରେ ଦର୍ଶାଉଛନ୍ତି।ଏକ ଖବରଦାତା ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଲୋକମାନେ ବିଦ୍ୟୁତ୍‌ ଅନ କରିବା ମାତ୍ରେ ଆଦାନୀଙ୍କ ପକେଟକୁ ଟଙ୍କା ଯାଇଥାଏ। ଆଦାନୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ବିଶ୍ୱର ଅନ୍ୟ ଦେଶରେ ଅନୁସନ୍ଧାନ କରାଯାଉଛି କିନ୍ତୁ ଭାରତରେ ଆଦାନୀଙ୍କୁ ଖାଲି ଚେକ୍‌ ଦିଆଯାଉଛି। ସେ ଯାହା ଚାହିଁବେ ତାହା କରିପାରିବେ। ଲୋକମାନେ ୩୨ ହଜାର କୋଟି ଟଙ୍କା ମନେ ରଖିବା ଉଚିତ୍‌। ପ୍ରଧାନମନ୍ତ୍ରୀ ଆଦାନୀଙ୍କୁ କାହିଁକି ଯାଞ୍ଚ କରୁନାହାଁନ୍ତି?

ଆଦାନୀଙ୍କ ସହ ଶରଦ ପାୱାରଙ୍କ ନିକଟତରତା ବିଷୟର ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି, ଶରଦ ପାୱାର ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଆଦାନୀଙ୍କୁ ସୁରକ୍ଷା ଦେଉ ନାହାଁନ୍ତି। ସେଥିପାଇଁ ମୁଁ ଆଦାନୀଙ୍କ ବିଷୟରେ ଶରଦ ପାୱାରଙ୍କୁ ପ୍ରଶ୍ନ ପଚାରୁ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.