THE BYAPINI

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାରୀ ଖର୍ଚ୍ଚ ୪୦ କୋଟି

Get real time updates directly on you device, subscribe now.

ଭୁବନେଶ୍ବର: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍‌ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍‌ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ ସିଏମଓର ତ୍ରୁଟି ନାହିଁ। କୋଭିଡ ବେଳେ ବି ଏହି ଟିମ୍  ଜିଲ୍ଲା ଗସ୍ତ କରିଥିଲେ। 

ହେଲିକେପ୍ଟର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା। ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି। ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା।

ଏଣେ ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ  ଜାରି ରଖିଥିଲେ। ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଗଣତନ୍ତ୍ରକୁ ହତ୍ୟା ଭଳି ସ୍ଲୋଗାନ ଦେଇ ସେମାନେ ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.