THE BYAPINI

ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ ନେତୃତ୍ବ ନାହିଁ:ଖାରବେଳ

Get real time updates directly on you device, subscribe now.

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ବିସ୍ପୋରକ ବୟାନ। ୨୪ ନିର୍ବାଚନ ଜିତିବା ନେଇ ଛାତିରେ ହାତ ରଖି କହିପାରିବେନି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା। କାରଣ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ ନେତୃତ୍ବ ନାହିଁ । ଆଉ ସେଥିପାଇଁ ଓଡ଼ିଶାରେ ବିଜେପି ଜିତିବ ବୋଲି ଖୋଦ୍ କେନ୍ଦ୍ର ବିଜେପି ବିଶ୍ବାସ କରିପାରୁନି। ଖାଲି ସେତିକି ନୁହେଁ ନିଜ ଦଳର ମନ୍ତ୍ରୀ, ସାଂସଦ ଓ ନେତାଙ୍କୁ ନେଇ ମନଇଚ୍ଛା ଟିପ୍ପଣୀ ଦେବାକୁ ବି ପଛାଇ ନାହାନ୍ତି। ଏତିକିରେ ନରମିନି ବିଜେପିର ବରିଷ୍ଠ ନେତା ଖାରାବେଳ ସ୍ବାଇଁଙ୍କ ତୁଣ୍ଡ। ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ନୁହେଁ, ବରଂ ବାଲେଶ୍ବରରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଏକଥା ସେ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବକୁ ଜଣାଇଛନ୍ତି। ଆଉ ବିଜେପି ଟିକେଟରୁ ବାଲେଶ୍ବର ସାଂସଦ ଭାବେ ଲଢିବା ପାଇଁ ଜିଦ୍ କରିଛନ୍ତି  ।
ଉତ୍କଳ ଭାରତ ଦଳ ଗଢି ଫେଲ୍ ମାରିବା ପରେ ବିଜେପିରେ ସାମିଲ ହୋଇଥିଲେ ଐର ଖାରାବେଳ ସ୍ବାଇଁ। ଅନେକ ସମୟରେ ତାଙ୍କ ବୟାନ ରାଜ୍ୟ ବିଜେପିକୁ ଅକଳରେ ପକାଇଛି। ଆଉ ସେଥିପାଇଁ ରାଜ୍ୟ ବିଜେପିରେ ସେ ଏବେ ଆଲୋଡ଼ା ନେତା। ଏପରି ସ୍ଥିତିରେ ଦଳୀୟ ଶୃଙ୍ଖଳାକୁ ଭୁଲି ଖାରାବେଳଙ୍କ ରାଜନୈତିକ ବୟାନବାଜି ଓ ଭବିଷ୍ୟତ ଗଣନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ୟଦଳର ନେତା ଓ ରାଜନୈତିକ ସମୀକ୍ଷକ।
ଖାରବେଳ ସ୍ବାଇଁଙ୍କ ରାଜନୈତିକ ବୟାନ ରାଜ୍ୟ ବିଜେପିର ପାଣିପାଗକୁ ବିଗାଡିଛି। ୫ରାଜ୍ୟର ଫଳ ଆସିବା ପରେ ପଦ୍ମଦଳ ନେତା ଓ ଓଡ଼ିଶା ରାଜନୀତିକୁ ନେଇ ଖାରବେଳଙ୍କ ଭବିଷ୍ୟବାଣୀ ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି  ।

Get real time updates directly on you device, subscribe now.

Leave A Reply

Your email address will not be published.