ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ୍ଢ଼ା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ତେବେ ଏହି ବିବାହ ପାଇଁ ଉଭୟଙ୍କର ପରିବାର ପରିଜନ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଏହି ସେଲିବ୍ରିଟି କପଲ ନିକଟରେ ଉଜୈନ ସ୍ଥିତ ମହାକଲେଶ୍ୱର ମନ୍ଦିର ପରିଦର୍ଶନ କରି ମହାକାଳଙ୍କ ଆଶୀର୍ବାଦ ନେଇଛନ୍ତି । ମହାକାଳ ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ଉଭୟଙ୍କର ଅନେକ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।
ମେ ୧୩ ରେ ଦିଲ୍ଲୀର କପୋରଥାଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଏହି ନିର୍ବନ୍ଧରେ ଉଭୟ ପରିବାରର ଲୋକ ଏବଂ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ । ଅଭିନେତ୍ରୀ ଗୋଲାପୀ ରଙ୍ଗର ସାଢ଼ୀ ପିନ୍ଧିଥିବାବେଳେ ରାଘବ ଏକ ଧଳା ଧୋତି ସହିତ ବେକରେ ନାଲି ଦୁପଟ୍ଟା ପକାଇଥିଲେ । ସେପ୍ଟେମ୍ବର ମାସ ୨୫ ତାରିଖରେ ରାଜସ୍ଥାନ ଠାରେ ଏହି ସେଲିବ୍ରିଟି କପଲ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।
Get real time updates directly on you device, subscribe now.
