THE BYAPINI

ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ: ସଂସଦରେ ନିର୍ବାଚନ ପରାଜୟ ରାଗ ଉଦ୍‌ଗାରନ୍ତୁ ନାହିଁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ପରାସ୍ତଜନିତ ରାଗ ଉଦ୍‌ଗାରିବା ପରିବର୍ତ୍ତେ ସଂସଦରେ ବିଭିନ୍ନ ଆଲୋଚନାରେ ଭାଗ ନେବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ପରାମର୍ଶ ଦେଇଛନ୍ତି।

ଆଜି ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ବିରୋଧୀ ନେତାମାନେ ପରାଜୟରୁ ଶିକ୍ଷା ପାଇଥିବେ। ତେଣୁ, ସେମାନେ ନକାରାତ୍ମକତା ବନ୍ଦ କରିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଲେ, ସାମ୍ପ୍ରତିକ ନିର୍ବାଚନ ଫଳାଫଳକୁ ଆଧାର କରି ମୁଁ କହୁଛି, ବିରୋଧୀ ଦଳରେ ବସିଥିବା ସଦସ୍ୟମାନଙ୍କ ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ। ଏ ଅଧିବେଶନରେ ଆପଣମାନେ ପରାଜୟଜନିତ କ୍ରୋଧ ଉଦ୍‌ଗୀରଣ ନ କରି ସକାରାତ୍ମତା ଚିନ୍ତାଧାରାରେ ଅଗ୍ରସର ହୁଅନ୍ତୁ, ପରାଜୟରୁ ଶିକ୍ଷା ଲାଭ କରନ୍ତୁ ଓ ଗତ ୯ ବର୍ଷର ନକାରାତ୍ମକ ଭାବ ପରିହାର କରନ୍ତୁ, ଦେଶବାସୀ ଆପଣମାନଙ୍କ ପ୍ରତି ସେମାନଙ୍କର ମନୋଭାବ ପରିବର୍ତ୍ତନ କରିବେ। ୪ଟି ରାଜ୍ୟ ବିଧାନସଭାର ଫଳାଫଳ ଉତ୍ସାହଜନକ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦେଶର ଜନସାଧାଣଙ୍କ ମଙ୍ଗଳ ଓ ଦେଶର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରତିବଦ୍ଧ ଥିବା ‌ଲୋକମାନଙ୍କ ଲାଗି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଉତ୍ସାହଜନକ।

Get real time updates directly on you device, subscribe now.

Leave A Reply

Your email address will not be published.