ବିଲକିସ୍ ବାନୋ ସାମୂହିକ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ବିଲକିସ୍ ବାନୋ ସାମୂହିକ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୧ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଆଦେଶକୁ ରଦ୍ଦ କରିଛନ୍ତି କୋର୍ଟ । ଜଷ୍ଟିସ୍ ବିବି ନାଗରତ୍ନ ଏବଂ ଜଷ୍ଟିସ୍ ଉଜ୍ଜଲ ଭୂଇଁୟାଙ୍କ ଖଣ୍ଡପୀଠ ମାମଲାରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ପୀଡିତା ବିଲକିସ୍ ବାନୋ ଗୁଜରାଟ୍ ସରକାରଙ୍କ ସଜା ମୁକ୍ତ କରିବା ନିର୍ଦ୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାଛଡ଼ା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଉ ଏକ ଜନହିତକାରୀ ଯାଚିକା ମଧ୍ୟ ଦାୟର ହୋଇଥିଲା ।
ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ନାଗରତ୍ନା କହିଥିଲେ, ପୀଡିତାଙ୍କ ଅଧିକାର ମହତ୍ତ୍ବପୂର୍ଣ୍ଣ ଏବଂ ମହିଳାମାନେ ସମ୍ମାନର ପାତ୍ରୀ ବୋଲି କହିଥିଲେ । କ’ଣ ମହିଳାଙ୍କ ବିରୋଧରେ ଜଘନ୍ୟ ଅପରାଧକୁ କ୍ଷମା କରାଯାଇପାରିବ । ପୀଡିତାଙ୍କ ସ୍ଥାନରେ ଯଦି ଆପଣଙ୍କର କେହି ପ୍ରିୟଜନ ଥା’ନ୍ତେ, ତେବେ କ’ଣ ଦୋଷ କ୍ଷମା କରିଥାନ୍ତ ବୋଲି ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିଥିଲେ ବିଚାରପତି । ଦୋଷୀଙ୍କୁ ସଜା ମୁକ୍ତ କରିବା ଗୁଜରାଟ ସରକାରଙ୍କ କ୍ଷମତା ବାହାରେ । ମହାରାଷ୍ଟ୍ର ସରକାରଙ୍କ ଠାରୁ କିଛି ଶିଖ, ଏ ନିଷ୍ପତ୍ତି କେବଳ ମହାରାଷ୍ଟ୍ର ସରକାର ନେଇପାରିବେ ବୋଲି କହିଥିଲେ ।
ବିଲକିସ୍ ବାନୋ ସାମୂହିକ ଦୁଷ୍କର୍ମ ମାମଲା ଏବଂ ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକସଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ୧୧ ଦୋଷୀ ହତ୍ୟା କରିଥିଲେ ।