ନୂଆଦିଲ୍ଲୀ: ଭାରତୀର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ୱାଇ ରୁ ଜେଡ୍କୁ ବୃଦ୍ଧି କରାଯାଇଛି । ଏଣିକି ତାଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ । ଏହାପୂର୍ବରୁ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଉଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏହି ଦାୟିତ୍ୱ ତୁଲାଉଥିଲା । ୬୮ ବର୍ଷିୟ ଜୟଶଙ୍କରଙ୍କୁ ‘ୱାଇ’ ବର୍ଗର ସୁରକ୍ଷା କର୍ଡନରେ ଦିଲ୍ଲୀ ପୁଲିସର ଏକ ସଶସ୍ତ୍ର ଦଳ ସୁରକ୍ଷା ଦେଉଥିଲେ । କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)କୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ବହନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।