ବୌଦ୍ଧରେ ଉପସ୍ଥିତି ଜାହିର କଲେ ମାଓବାଦୀ
ବୌଦ୍ଧ: ବୌଦ୍ଧରେ ଉପସ୍ଥିତି ଜାହିର କଲେ ମାଓବାଦୀ । ଦିଲ୍ଲୀ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ କଡ଼ରେ ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ବାଇପାସ୍ ନୁର୍ପା ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । KKBN ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗିଛି ।
ଏଥିରେ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଗଞ୍ଜେଇ ମାଫିଆଙ୍କୁ ଦଣ୍ଡ ଦେବାକୁ ଉଲ୍ଲେଖ ରହିଛି । ଗଞ୍ଜେଇ କାଟିବା ନା ରେ ପୋଲିସ ଜଙ୍ଗଲକୁ ଧ୍ଵଂସ କରୁଛି । ଫଳରେ ପରିବେଶ ସନ୍ତୁଳନ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି । ଅନ୍ୟପଟେ ନିଶା ମାଫିଆମାନେ ଗଞ୍ଜେଇ ବିକ୍ରି କରି ମାଲେମାଲ୍ ହେଉଛନ୍ତି । ମଦ ବ୍ୟବସାୟୀ ଓ ନିଶା ମାଫିଆ ଏହାକୁ ତୁରନ୍ତ ବନ୍ଦ କରନ୍ତୁ ବୋଲି କୁହାଯାଇଛି । ଏନେଇ ଖବର ମିଳିବା ପରେ ପୋଲିସ ମାଓ ପୋଷ୍ଟର ସ୍ଥାନରେ ପହଞ୍ଚି ତଦନ୍ତ କରୁଛି ।