THE BYAPINI

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ବିରୋଧରେ ଅନାସ୍ଥାପତ୍ର ଦେଲେ ଟୋରି ସାଂସଦ ଆଣ୍ଡ୍ରିଆ ଜେନକିନ୍ସ

Get real time updates directly on you device, subscribe now.

ଲଣ୍ଡନ: ବ୍ରିଟେନର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ସୋମବାର କ୍ୟାବିନେଟ ଅଦଳବଦଳରେ ବହିଷ୍କାର କରାଯିବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଅନାସ୍ଥାପତ୍ରର ସମ୍ମୁଖୀନ ହେବାକୁ ପଡିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅନୁଗତ ଟୋରି ସାଂସଦ ଆଣ୍ଡ୍ରିଆ ଜେନକିନ୍ସ ସୁନକଙ୍କ ସ୍ଥାନରେ ଜଣେ ‘ପ୍ରକୃତ କଞ୍ଜରଭେଟିଭ୍ ନେତା’ଙ୍କୁ ଅବସ୍ଥାପିତ କରିବାକୁ ଦାବି କରିଛନ୍ତି। ‘ବହୁତ ହୋଇଗଲା.. ଏବେ ଋଷି ସୁନକଙ୍କ ଯିବାର ସମୟ ଆସିଛି’ ବୋଲି ସେ ଏକ୍ସ (ଟ୍ୱିଟର)ରେ ଲେଖିବା ସହ ତାଙ୍କ ଅନାସ୍ଥାପତ୍ର ସେୟାର କରିଛନ୍ତି। ସଂସଦ ଅଚଳାବସ୍ଥାରେ ଥିବା ବେଳେ ବ୍ରେକ୍‌ଜିଟ୍ ପାଇଁ ସାହସିକତାର ସହ ଲଢ଼ିଥିବା ବୋରିସ୍ ଜନସନଙ୍କୁ ହଟେଇବା ପାଇଁ ଜେନକିନ୍ସ ସୁନକଙ୍କୁ ଦାୟୀ କରିଥିଲେ। ସୁଏଲା ବ୍ରେଭରମ୍ୟାନଙ୍କ ବହିଷ୍କାର ଖବର ପ୍ରକାଶ ପାଇବା ପରେ ସୋମବାର ସେ ଏକ୍ସରେ ଲେଖିଥିଲେ ଯେ, ସୁଏଲାଙ୍କୁ ସତ କହିବା ପାଇଁ ବହିଷ୍କାର କରାଯାଇଛି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଆଣ୍ଡ୍ରିଆ ଜେନକିନ୍ସ କହିଛନ୍ତି ଯେ, ସେ ଆଶା କରନ୍ତି ତାଙ୍କ ସହକର୍ମୀମାନେ ମଧ୍ୟ ସେମାନଙ୍କର ଅନାସ୍ଥାପତ୍ର ଦାଖଲ କରିବେ। ଯଦି ସୁନକଙ୍କ ୧୫ ପ୍ରତିଶତ ସାଂସଦ ନେତା ପରିବର୍ତ୍ତନ ଚାହୁଛନ୍ତି ବୋଲି ଚିଠି ଦାଖଲ କରନ୍ତି ତେବେ ତାଙ୍କ କଞ୍ଜରଭେଟିଭ୍ ପାର୍ଟିର ନେତୃତ୍ୱ ଉପରେ ଆସ୍ଥା ଭୋଟ୍ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.