THE BYAPINI

ବ୍ୟାଗରୁ ଶିଶୁ ଉଦ୍ଧାର

Get real time updates directly on you device, subscribe now.

ଚମ୍ପୁଆ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବସଷ୍ଟାଣ୍ଡରେ ପଡିଥିବା ଏକ ପାଷ୍ଟିକ ବ୍ୟାଗରୁ ଚାରିମାସର ଶିଶୁକୁ ଉଦ୍ଧାର କଲେ ବସ୍ ହେଲପର । ଚମ୍ପୁଆରର ଥିବା ବସଷ୍ଟାଣ୍ଡରେ ଗାଡିପଛ ପଟେ ଥିବା ପଡିଥିବା ଏକ ପାଷ୍ଟିକ ବ୍ୟାଗ ମଧ୍ୟରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି ।
 ଚମ୍ପୁଆ ବସଷ୍ଟାଣ୍ଡରେ ରାତ୍ର ରହଣି କରିଆସୁଥିବା ଧବଳେଶ୍ଵର ନାମକ ବସ ଗତକାଲି ସନ୍ଧ୍ୟା ୫.୪୫ଘଟିକାରେ ପହଞ୍ଚିବାପରେ ଗାଡିର ହେଲପର ଗୁଡ଼ୁ ମହାରଣା ଗାଡିକୁ ଧୂଆପୋଛା କରିବାପରେ ରାତି ନଅ ଘଟିକାରେ ପାଖ ହୋଟେଲକୁ ଖାଇବାକୁ ଯାଇଥିଲେ । ହେଲପର ମହାରଣା ଖାଇସାରି ଫେରିଲା ପରେ ଗାଡି ନିକଟରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ବସ ପଛପାଖରେ ପଡିଥିବା ଏକ ବ୍ୟାଗରୁ କଅଁଳ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ହଠାତ ବ୍ୟାଗ ଉଠାଇ ଦେଖିବାରୁ ତା ଭିତରେ ଏକ ଶିଶୁକନ୍ୟା ଥିବା ଜାଣିବାକୁ ପାଇ ନିକଟରେ ଥିବା ଲୋକମାନଙ୍କୁ ଡାକିଥିଲେ । ଡାକ ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗରେ ଶିଶୁକନ୍ୟାକୁ ଦେଖି ତୁରନ୍ତ ଚମ୍ପୁଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ୟାଗରୁ ଶିଶୁକନ୍ୟାକୁ ଉଦ୍ଧାର କରି ଚମ୍ପୁଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.