THE BYAPINI

ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ନେଟ ସଂଯୋଗ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର

Get real time updates directly on you device, subscribe now.

ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିଛି । ସେଥି ମଧ୍ୟରେ ରହିଛି ଓଡ଼ିଶାର ନବରଙ୍ଗପୁର, ଗୁଜରାଟର ଗୀର୍ ଜାତୀୟ ଉଦ୍ୟାନ, ଛତିଶଗଡ଼ର ର୍କୋବା, ଓ ଆମାସର ଓଏନ୍‌ଜିସି-ଜୋରହାଟ । ଜିଓ ସ୍ପେସ୍ ଫାଇବର ହେଉଛି ଉପଗ୍ରହ (ସାଟେଲାଇଟ୍‌) ଭିତ୍ତିକ ଗିଗା ଫାଇବର ପ୍ରଯୁକ୍ତି ଯାହା ଫାଇବର କେବୁଲ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା କଷ୍ଟକର ଥିବା ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବ । ଏହି ସେବା ସାରା ଦେଶରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଜିଓ ଏହାକୁ ପ୍ରଦର୍ଶିତ କରିଛି ।

ଜିଓ ଫାଇବର ଓ ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓର କନେକ୍ଟିଭିଟି ପୋର୍ଟଫୋଲିଓରେ ଏହା ତୃତୀୟ ବଡ଼ ପ୍ରଯୁକ୍ତି । ଜିଓ ସ୍ପେସ୍ ଫାଇବର ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବା ଲାଗି ଏସ୍‌ଇଏସ୍ କଂପାନିର ଉପଗ୍ରହକୁ ବ୍ୟବହାର କରାଯିବ । ଜିଓ ସ୍ପେସ୍ ଫାଇବର ଜରିଆରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିଶ୍ୱସନୀୟ ମଲ୍‌ଟି-ଗିଗାବିଟ୍ ସଂଯୋଗ ମିଳିବ । ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଉପଗ୍ରହ ଆଧାରିତ ସଂଯୋଗ ପହଂଚାଇବା ଲାଗି ଜିଓ ସ୍ପେସ୍ ଫାଇବର୍ ଅଭିନବ ଓ ଉନ୍ନତ ଏନ୍‌ଜିଏସ୍‌ଓ ପ୍ରଯୁକ୍ତି ବ୍ୟବହାର କରିବ ।

ଟେଲିକମ ଜଗତର ବିଶେଷଜ୍ଞମାନଙ୍କ ମତରେ ଜିଓ ସ୍ପେସ୍ ଫାଇବର ପାଖରେ ଗ୍ରାମୀଣ ଭାରତର ଚିତ୍ର ବଦଳାଇ ଦେବାର ଶକ୍ତି ସାମର୍ଥ୍ୟ ରହିଛି । ସୁଲଭ, ବିଶ୍ୱସନୀୟ ଓ ହାଇ ସ୍ପିଡ୍ ଇଂଟରନେଟ୍ ସହ ଯୋଡ଼ିହେବା ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଧରଣର ପରିବର୍ତନ ଆସିବା ଆଶା କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.