THE BYAPINI

ଭିଜିଲାନସ୍ ଜାଲରେ ବୈପାରିଗୁଡା ଥାନା ଅଧିକାରୀ, ୩୭ଲକ୍ଷ ୨୭ହଜାର ଜବତ

Get real time updates directly on you device, subscribe now.

ଜୟପୁର: କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାଅଧିକାରୀ ସୁଶାନ୍ତ ଶତପଥୀଙ୍କ ନିକଟରୁ ଏପର୍ଯ୍ୟନ୍ତ ୩୭ଲକ୍ଷ ୨୭ହଜାର ୭୦୦ଟଙ୍କା ଜବତ କରିଛି ଭିଜିଲାନସ୍। ଏହା ସହ ତାଙ୍କ ନିକଟରେ ଗୋଟିଏ କ୍ରେଟା, ବୁଲେଟ ଓ ସ୍କୁଟି ବି ରହିଥିବା ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଆଜି ସଂଧ୍ୟାରେ ସ୍ବତନ୍ତ୍ର ଭିଜିଲାନସ ଜଜ୍ କୋର୍ଟକୁ ଚାଳାଣ କରିଛନ୍ତି ଜୟପୁର ଭିଜିଲାନସ୍ ଏସପି । ଆସନ୍ତା ଡିସେମ୍ବର ୧୧ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁ୍କ୍ତ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ ଟଙ୍କା ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଜୟପୁର ଭିଜିଲାନସ୍  ପକ୍ଷରୁ ୨ଟି ଟିମ୍ ତାଙ୍କୁ ଧରିବାକୁ ଛପି ରହିଥିଲା।  ଟାଙ୍କୁଆ ନିକଟରେ ବସକୁ ଗୋଟିଏ ଦଳ  ଓ ବସଷ୍ଟାଣ୍ଡରେ ଆଉ ଗୋଟିଏ ଦଳ ରହିଥିଲେ। ଟାଙ୍କୁଆରେ ବସ ରଖି ‌ବସରେ ଚଢି ଅଭିଯୁକ୍ତଙ୍କୁ ଧରିଥିଲେ ଭିଜିଲାନସ୍ ଟିମ୍। ଅଭିଯୁକ୍ତ ଗୋଟିଏ ବ୍ୟାଗ ଓ ଗୋଟିଏ ଆଟାଚି ଧରି କଟକ ଯାଉଥିଲେ। ଭିଜିଲାନସ୍ ଏସପିଙ୍କ କାର୍ଯ୍ୟାଳୟରେ ବ୍ୟାଗ ଯାଂଚ କରିବାରେ ସେଥିରେ  ନଗତ ୨ ଲକ୍ଷ ୭୦ ହଜାର ଟଙ୍କା ଭିଜିଲାନସକୁ ମିଳିଥିଲା। ତା ପରେ ତାଙ୍କୁ ନେଇ ତାଙ୍କ କାର୍ଯ୍ୟାଳୟର ଚାମ୍ବର ମଧ୍ୟରୁ ୧ଲକ୍ଷ ୮୦ହଜାର ଟଙ୍କା ଏବଂ ସେ ରହୁଥିବା ବୈପାରୀଗୁଡା ଥାନା ପରିସରର ବାସଭବନରୁ ୩ଲକ୍ଷ ଟଙ୍କା ଏଭଳି ସାଢ଼େ ୭ଲକ୍ଷ ଟଙ୍କା ମିଳିଥିବା କହିଛନ୍ତି ଭିଜିଲାନସ୍ ଏସପି। ଏହା ପରେ ଭିଜିଲାନସ୍ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାଟରର ୨୯ଲକ୍ଷ ୭୭ହଜାର ଟଙ୍କା ମିଳିଥିଲା। ସର୍ବମୋଟ ୩୭ଲକ୍ଷ ୨୭ହଜାର ୭୦୦ଟଙ୍କା ଅଭିଯୁକ୍ତ ଥାନା ଅଧିକାରୀଙ୍କ ଠାରୁ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.