THE BYAPINI

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦ ଡାକ୍ତର ଗିରଫ

Get real time updates directly on you device, subscribe now.

ଭୁବନେଶ୍ବର: ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଦର୍ଶନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ସମୟରେ ତାକଂ ଠାରୁୁ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ବଢ଼ିପାରେ ବୋଲି କୁହାଯାଉଛି। ମାତ୍ର ସପ୍ତାହେ ତଳେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜରୁ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜକୁ ତାଙ୍କର ବଦଳି ହୋଇଥିଲା।

ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଡାକ୍ତର ବେହେରାଙ୍କ ଗାଁ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁରର ନହଳାସ୍ଥିତ ଘର, ଜୟପୁରସ୍ଥିତ ଘର, ପୁରୀ ସଦର ବ୍ଲକ କାଶୀହରିପୁରସ୍ଥିତ ଘର, ସାକ୍ଷୀଗୋପାଳର ଗୋପୀନାଥ ଡାକ୍ତରଖାନା, ଗୋପ ଥାନା ସୋରିସିଆପଡ଼ାର ଶିମିଳି ଗାଁରେ ଥିବା ଘର, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା କାର୍ଯ୍ୟାଳୟ, ସମ୍ବଲପୁର ସିଆରପିଏଫ୍‌ କ୍ୟାମ୍ପସସ୍ଥିତ କ୍ବାର୍ଟର ଆଦି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଡା. ବେହେରାଙ୍କ ନାଁରେ ସାକ୍ଷୀଗୋପାଳ ବ୍ଲକ ଛକରେ ୪୫୦୦ ବର୍ଗଫୁଟରେ ତିନି ମହଲା ଘର, ଶ୍ରୀରାମଚନ୍ଦ୍ରପୁର ନହଳାରେ ଦୁଇମହଲା କୋଠା, ଗୋପ ସୋରିଷିଆପଡ଼ାରେ ଏକମହଲା କୋଠା, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଦୋକାନ ଘର ଠାବ କରାଯାଇଛି। ସେହିପରି ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ୨୮ ପ୍ଲଟ୍, ୩ଟି ଦାମୀ ଚାରିଚକିଆ, ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଆସବାବପତ୍ର ଠାବ କରାଯାଇଛି। ୩୨ ଲକ୍ଷ ଟଙ୍କାର ତିନିଟି ଦାମୀ ଗାଡ଼ି ମଧ୍ୟ ଠାବ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.