THE BYAPINI

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର

Get real time updates directly on you device, subscribe now.

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟ୍ରାଫିକ  ଇନ୍ସପେକ୍ଟର। ବେଆଇନ ନଗଦ ଟଙ୍କା ରଖିଥିବା ଅଭିଯୋଗରେ ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।  ଜିତେନ୍ଦ୍ରଙ୍କ ପାଖରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୪ ଲକ୍ଷ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ, ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ତାଙ୍କ ଗାଡିରୁ ବାଲିଅନ୍ତାର ତ୍ରିନାଥ ବଜାର ଠାରେ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ପରେ ୨ଟି ଘର ଯାଞ୍ଚରୁ ୩ଲକ୍ଷ ଓ ୧୦ଲକ୍ଷ ଟଙ୍କା ଜବତ ହୋଇଛି।  ଭିଜିଲାନ୍ସ ସ୍କାନରରେ ଜିତେନ୍ଦ୍ରଙ୍କ ପୁଅ ଓ ଭାଇ ରହିଛନ୍ତି। ସେମାନଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା କାରବାର ନେଇ ଭିଜିଲାନ୍ସକୁ ମିଳିଥିଲା ବିଶ୍ୱସ୍ତ ସୂତ୍ରରୁ ସୂଚନା ।

Get real time updates directly on you device, subscribe now.

Leave A Reply

Your email address will not be published.