THE BYAPINI

ଭୀମ ପୃଷ୍ଟିଙ୍କୁ ୪୪ତମ ଶାରଳା ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର : ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇଲେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସ୍ୱତନ୍ତ୍ର ସମାରୋହରେ ଆଜି ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା, ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି।

ସେହିଭଳି କଳା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ଲାଗି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୩ ମଧ୍ୟ ଆଜି ପ୍ରଦାନ କରାଯାଇଛି। ପଟ୍ଟଚିତ୍ରର ଅଦ୍ୱିତୀୟ ଗୁରୁ ବେଣୁଧର ମହାପାତ୍ର, ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଜ୍ଞାନେଶ୍ୱର ମୁଲେ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୪୪ ବର୍ଷ ହେଲା ଏହି ସମ୍ମାନଜନକ ଶାରଳାପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Get real time updates directly on you device, subscribe now.

Leave A Reply

Your email address will not be published.