ଭୁବନେଶ୍ୱର – ମଙ୍ଗଳବାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଏବଂ ଜଟଣୀରେ ଲିଜ୍ ଆକାରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ ନୀତି ଏବଂ ଏମ୍ଏସ୍ଏମ୍ଇ ନୀତିରେ ସଂଶୋଧନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରିବହନ ବିଘାର ମୋଟର ଯାନ ବକେୟା କର ଏବଂଜରିମାନାକୁ ଏକାଥରକେ ପରିଶୋଧକୁ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛନ୍ତି । ସମାଜିକ ସୁରକ୍ଷା କ୍ୟାଡରରେ ସଂଶୋଧନ, କଟକ ମାଧ୍ୟମିକ ବୋର୍ଡ ବିଦ୍ୟାଳୟକୁ ସରକାରୀ ବିଦ୍ୟାଳୟର ମାନ୍ୟତା, ଓଡିଶା ଦେଓ୍ୱାନୀ ଅଦାଲତରେ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ସଂଶୋଧନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।