THE BYAPINI

ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

Get real time updates directly on you device, subscribe now.

ଭୁବନେଶ୍ୱର : ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏନେଇ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, ଯେତେବେଳେ ନିର୍ବାଚନ ଆସେ, ରାଜ୍ୟ ସରକାର ସେ ସମୟରେ ଅନେକ ଘୋଷଣା କରନ୍ତି। ସେହି ଘୋଷଣା ସହ ଅନେକ ନିର୍ବାଚନ ପୂର୍ବରୁ ମୃତ୍ୟୁ ହୋଇଥାଏ। ଆଉ ଯାହା ବାକି ଥାଏ ନିର୍ବାଚନ ପରେ ସମାପ୍ତ ହୋଇଥାଏ। ରାଜ୍ୟ ସରକାର ଠିକ୍ ଭାବରେ ଗୋଟେ ଓଭର ବ୍ରିଜ ତିଆରି କରି ପାରୁ ନାହାନ୍ତି। ଆମେ ପୂର୍ବରୁ ଦେଖିଛୁ ବମିଖାଲ ଓଭର ବ୍ରିଜ କେମିତି ତିଆରି ହେଲେ କେମିତି ଦୁର୍ଘଟଣା ଘଟିଲା। ସମ୍ପୂର୍ଣ୍ଣ ଭାବରେ ଏୟାରପୋର୍ଟ ଠାରୁ ଆରମ୍ଭ କରି ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେବ ତାକୁ ନେଇ ସନ୍ଦେହ ରହିଛି। ବମିଖାଲ ଓଭର ବ୍ରିଜର ମଧ୍ୟ ଡିପିଆର, ସଏଲ ଟେଷ୍ଟ, ହୋଇ ନଥିଲା କି? ହେଲେ କାହିଁକି ଠିକରେ କାମ ହେଲା ନାହିଁ। ରାଜ୍ୟ ସରକାର ନିର୍ବାଚନକୁ ଦେଖି ଏପରି ଘୋଷଣା କରିଛନ୍ତି।

ପୁରୀରୁ କଟକ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଯୋଜନା କାର୍ଯ୍ୟକାରୀ ପାଇଁ ରେଳ ମନ୍ତ୍ରୀ ଘୋଷଣା କଲା ପରେ ରାଜ୍ୟ ସରକାର ତରବରିଆ ଭାବେ ଏହା କରୁଛନ୍ତି, କିନ୍ତୁ କାର୍ଯ୍ୟ ଠିକ୍ ହେଲେ ଆମେ ତାକୁ ସ୍ୱାଗତ କରିବା।
ଏଣେ ଏନେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ନବୀନ ବାବୁଙ୍କ ହାତରେ କୁହୁକ ଅଛି। ସେ ଯେଉଁ କାମ ହାତକୁ ନିଅନ୍ତି ତାକୁ ସବୁଠି ପ୍ରଶଂସା ମିଳେ। ମେଟ୍ରୋ ପାଇଁ ୫ ହଜାର କୋଟି ବ୍ୟୟ ବରାଦ ହୋଇଛି। ୪ ବର୍ଷରେ କାମ ସରିବ। ୨୩ ବର୍ଷ ଧରି ଗ୍ରାମାଞ୍ଚଳର ଆରମ୍ଭ କରି ସହର ଯାଏଁ ବିକାଶ ହୋଇ ଆସୁଛି। ହେଲେ ବିକାଶର ଜୟଯାତ୍ରାକୁ ଯଦି ବିରୋଧୀ ସହ୍ୟ କରି ପାରୁ ନାହାନ୍ତି, ତାହେଲେ କଣ କରା ଯାଇ ପାରେ। ସେମାନେ ରାଜନୀତି ବିକାଶ ପାଇଁ କରୁଛନ୍ତି ନା ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଆଗକୁ ନେବା ପାଇଁ ନା ନୁହେଁ। 

Get real time updates directly on you device, subscribe now.

Leave A Reply

Your email address will not be published.