THE BYAPINI

ଭୁବନେଶ୍ୱର ପିସିସିର ନୂଆ ପ୍ରଭାରୀ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ପିସିସିର ନୂଆ ପ୍ରଭାରୀ ଡ. ଅଜୟ କୁମାର ।  ଭୁବନେଶ୍ୱର ବିମାନବନ୍ଦରରେ ଡ.ଅଜୟ କୁମାର ପହଞ୍ଚିବା ପରେ ତାଙ୍କୁ ବହୁ କଂଗ୍ରେସ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ତାଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିରାଟ ରାଲିରେ ନିଆଯିବାର କାର୍ଯ୍ୟକ୍ରମ ରହିଛି । 

ପ୍ରକାଶ ଯେ ଆଗକୁ ସାଧାରଣ ନିର୍ବାଚନ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ପିସିସିର ନୂଆ ପ୍ରଭାରୀ  ନିଜର ଓଡ଼ିଶା ଗସ୍ତ ଅବସରରେ ରାଜ୍ୟର ବହୁ ପ୍ରମୁଖ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 

Get real time updates directly on you device, subscribe now.

Leave A Reply

Your email address will not be published.