THE BYAPINI

ଭୂଷଣ ଷ୍ଟିଲ୍‌ର ୫୬ ହଜାର କୋଟି ଠକେଇ ମାମଲା: ଓଡ଼ିଶା ସମେତ ୩୦ସ୍ଥାନରେ ଇଡିର ଚଢ଼ଉ

Get real time updates directly on you device, subscribe now.

ଭୁବନେଶ୍ବର: ଭୂଷଣ ଷ୍ଟିଲ୍‌ର ୫୬ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ନଗଦ ୭୨ଲକ୍ଷ ଟଙ୍କା, ୪କୋଟି ମୂଲ୍ୟର ୩ଟି ଦାମୀ କାର୍‌, ବିଦେଶୀ ମୁଦ୍ରା, ୫୨ଲକ୍ଷର ଚେକ୍‌ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପ୍ରକାଶ ଥାଉ କି, ପୂର୍ବରୁ ଇଡି ଏହି ମାମଲାରେ ଭୂଷଣ ଷ୍ଟିଲର ପୂର୍ବତନ ଏମ୍‌ଡି ନୀରଜ ସିଂହଲଙ୍କୁ ଗିରଫ କରିଥିଲା। ମେସର୍ସ ଭୂଷଣ ଷ୍ଟିଲ୍ ଲିମିଟେଡ ଏବଂ ଅନ୍ୟମାନଙ୍କ ନାମରେ ଗୁରୁତର ଜାଲିଆତି ତଦନ୍ତ ସଂଗଠନ (ଏସଏଫଆଇଓ) ଅଭିଯୋଗ ରୁଜୁ କରିଥିଲା। ଉକ୍ତ ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.