ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଚୀନ୍ ଉପରେ ଆର୍ଥିକ ସ୍ତରରେ ଚାପ ସୃଷ୍ଟି କରିବା ଓ ସ୍ଥାନୀୟ ଶିଳ୍ପକୁ ସମୃଦ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ଆହ୍ବାନ ଦେଇଛନ୍ତି। ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ। ଫଳରେ ଚୀନ୍ ପ୍ରାୟ ଲକ୍ଷେ କୋଟି ଟଙ୍କାର କ୍ଷତି ସହିବ। ମଦୁରାଇର ବାଣ ବଜାରରେ ପୂର୍ବରୁ ୩ ଲକ୍ଷ ଲୋକ ନିଯୁକ୍ତି ପାଇଥିଲେ। ଚୀନ୍ ସାମଗ୍ରୀ ପ୍ରବେଶ ପରେ ପ୍ରାୟ ୨ ଲକ୍ଷ ଲୋକ ବେକାର ହୋଇଯାଇଥିଲେ। ଯଦି ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରି ମଦୁରାଇ ବାଣ କିଣିବେ ତେବେ ସେହି ଶିଳ୍ପ ପୁଣି ଥରେ ସମୃଦ୍ଧ ହେବ। ସେହିପରି ଖେଳଣା ବଜାରରେ ଚୀନ୍ର ଯେଉଁ ଆଧିପତ୍ୟ ରହିଛି ତାହା ଦୂର କରିବା ଦିଗରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସଭାପତି ବିସି ଭର୍ତିଆ ଓ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳିରେ ଆମେ ଭୋକାଲ ଫର ଲୋକାଲକୁ ପୂର୍ଣ୍ଣ ସମର୍ଥନ କରୁଛୁ। ମହିଳାମାନେ ବିକ୍ରି କରୁଥିବା ଜିନିଷ କିଣିବା ଲାଗି ଆମେ ଲୋକମାନଙ୍କୁ ଆହ୍ବାନ ଦେଉଛୁ