THE BYAPINI

ଭୟଙ୍କର ଦୁର୍ଘଟଣା, ୪ ମୃତ

Get real time updates directly on you device, subscribe now.

ଉତ୍ତରାଖଣ୍ଡ:  ଉତ୍ତରାଖଣ୍ଡର ଋଷିକେଶରେ  ଭୟଙ୍କର ଦୁର୍ଘଟଣା। ଗଛରେ ପିଟି ହେଲା ଗାଡ଼ି। ଏଥିରେ ବନବିଭଗାର ଦୁଇ ରେଞ୍ଜରଙ୍କ ସମେତ ଚାରିଗଲା ୪ ଜଣଙ୍କ ପ୍ରାଣ। ସେହିପରି ଆଉ ଜଣେ କେନାଲରେ ବୁଡି ନିଖୋଜ ଅଛନ୍ତି। ଘଟିଛି ଏଭଳି କିଛି ଦୁର୍ଘଟଣା।

ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଋଷିକେଶର ଚିଲା ମାର୍ଗରେ ବନ ବିଭାଗ ଅଧିକାରୀମାନେ ନୂଆ ଇଲେକ୍‌ଟ୍ରିକ୍‌ ଗାଡିର ଟ୍ରାଏଲ କରୁଥିଲେ। ଏତିକି ବେଳେ ଚିଲା-ଋଷିକେଶର ବୈରାଜ ମାର୍ଗରେ ହଠାତ୍‌ ଗାଡିର ଟାୟର୍‌ ଫାଟି ଯାଇଥିଲା। ଏଥିରେ ନିୟନ୍ତ୍ରଣ ହରାଇ ଗାଡିଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବନବିଭାଗର ଦୁଇ ରେଞ୍ଜରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ରେଞ୍ଜର ଦୁଇ ଜଣ ଶୈଲେସ ଘିଲ୍ଡିୟାଲ ଓ ପ୍ରମୋଦ ଧ୍ୟାନି ବୋଲି ପରିଚୟ ମିଳିଛି। ଶୈଲେସ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ନିୟୋଜିତ ଥିବା ଆଇଏଏସ୍‌ ମଙ୍ଗେଶ ଘିଲ୍ଡିୟାଲଙ୍କ ଭାଇ ବୋଲି ଜଣାପଡିଛି। ସେହିପରି ଦୁର୍ଘଟଣା ଯୋଗୁ ଜଣେ ଓ୍ୱାଇଲ୍ଡ ଲାଇଫ ଓ୍ୱାଡେର୍ଣ୍ଣ ନିକଟରେ ଥିବା କେନାଲକୁ ଖସିପଡିଥିବା ଆଶଙ୍କା କରାଯାଉଛି। ରାଜାଜୀ ଟାଇଗର ରିଜର୍ଭର ଓ୍ୱାଇଲ୍ଡ ଲାଇଫ୍‌ ଓ୍ୱାଡେର୍ଣ୍ଣ ଆଲୋକଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ପହଞ୍ଚି କେନାଲରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

Get real time updates directly on you device, subscribe now.

Leave A Reply

Your email address will not be published.