THE BYAPINI

ମଦୁରାଇ ରେଳ ଦୁର୍ଘଟଣା ୯ ମୃତ ଓ ୨୦ ଆହାତ

Get real time updates directly on you device, subscribe now.

ଚେନ୍ନାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନର କୋଚ ଭିତରେ ଅଗ୍ନିକାଣ୍ଡ ଘଟି ଶନିବାର ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ରେଳ ବିଭାଗ ସୂତ୍ର ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳେ ଲକ୍ଷୌ୍ନ- ରାମେଶ୍ୱରମ୍‌ ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ଘଟିଛି । ପ୍ରଭାବିତ କୋଚରେ ସମୁଦାୟ ୫୫ ଜଣ ଯାତ୍ରୀ ଥିଲେ । ରନ୍ଧନ ଉଦ୍ଦେଶ୍ୟରେ କୋଚ ଭିତରେ ବେଆଇନ ଭାବେ ଚୋରା ଚାଲାଣ ହୋଇଥିବା ଏକ ଗ୍ୟାସ ସିଲିଣ୍ଡରର ବିସ୍ଫୋରଣରେ ନିଆଁ ଲାଗିଯାଇଥିଲା ବୋଲି ଜଣାପଡିଛି । ଅଗ୍ନିଶମ ଏବଂ ଉଦ୍ଧାରକାରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ୨୦ ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ମଦୁରାଇ ଜିଲ୍ଲା କଲେକ୍ଟର ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ଚିକିତ୍ସା ଚାଲିଛି । ଏଥିସହ ଅଗ୍ନିକାଣ୍ଡର କାରଣ ଯାଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.