THE BYAPINI

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଚାଲିଛି ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ଓ ଛତିଶଗଡ଼ର ଦ୍ବିତୀୟ ପର୍ଯ୍ୟାୟରେ ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟ ଦୁଇଟିରେ ଚାଲିଥିବା ବିଧାନସଭା ନିର୍ବାଚନରେ ‘ବିଜେପି’ ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ମଧ୍ୟପ୍ରଦେଶରେ ‘ବିଜେପି’ ସରକାର ଥିବା ବେଳେ ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି।

ଆଜି ସକାଳ ୭ଟା ବେଳେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ ଲାଗି ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣରେ ୨,୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଆଜି ସକାଳ ୮ଟା ବେଳେ ଛତିଶଗଡ଼‌ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ‌ହୋଇଛି। ଏଥିରେ ୭୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଆଜିର ଏହି ମତଦାନରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ୨୦୧ଟି ବୁଥ୍‌ରେ କେବଳ ମହିଳା ଟିମ୍‌ ମତଦାନ ପରିଚାଳନା କରୁଛନ୍ତି ବୋଲି ଜିଲ୍ଲା ପ୍ରଶାସନ କହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ୍‌ ଗ୍ରହଣ ପାଇଁ କରାଯାଇଥିବା ବୁଥ୍‌ରେ ଭୋଟ୍‌ ଦେବା ପାଇଁ ଲୋକେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.