THE BYAPINI

ମନ୍ଦିରା ଡ୍ୟାମର ୯ ଗେଟ୍‌ ଖୋଲାଗଲା ବଢ଼ୁଛି ବ୍ରାହ୍ମଣୀର ଜଳସ୍ତର

Get real time updates directly on you device, subscribe now.


ରାଉଲକେଲା: ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁୁଁ କାଂଶବାହାଲ ଠାରେ ଥିବା ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧିପାଉଥିବାରୁ ଡ୍ୟାମର ୯ଟି ଗେଟ୍‌ ଖୋଲି ଦିଆଯାଇଛି । ପ୍ରତ୍ୟେକ ଗେଟ୍‌କୁ ୫ ଫୁଟ୍‌ ଲେଖାଏଁ ଖୋଲି ଦିଆଯାଇଥିବାରୁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଗ ୪ ଦିନ ଧରି ପ୍ରବଳ ଲଗାଣ ବର୍ଷା ଫଳରେ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ୬୮୪.୪୦ ଫୁଟ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଫଳରେ ଡ୍ୟାମ୍‌ର ୧୧ଟି ରୁ ୯ଟି ଗେଟ୍‌କୁ ଖୋଲି ଦିଆଯାଇଛି । ଏଠାରୁ ପ୍ରତି ସେକେଣ୍ଡରେ ୩୪ ହଜାର ୬୧୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାଛଧରା ବା ଅନ୍ୟାନ୍ୟ କୌଣସି କାମ ପାଇଁ ନଦୀକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବନ୍ୟାଜଳ ପ୍ରବେଶ କରିନାହିଁ । ତେବେ ଭବିଷ୍ୟତର ପରିସ୍ଥିତି ଅନୁସାରେ ଆବଶ୍ୟକ ହେଲେ ସମସ୍ତ ଗେଟ୍‌ ଖୋଲା ଯାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.