THE BYAPINI

ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ଏଥିକ୍ସ କମିଟି

Get real time updates directly on you device, subscribe now.

ନୂଆଦିଲ୍ଲୀ: ତଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ଭୋଟ୍‌ ଦେଇଥିଲେ। ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନାକର କହିଛନ୍ତି ଯେ ଏହି ରିପୋର୍ଟ ଆସନ୍ତାକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯିବ। ମହୁଆଙ୍କ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ତାହା ବାଚସ୍ପତି ବିର୍ଲା ନିର୍ଣ୍ଣୟ କରିବେ ବୋଲି ସୋନାକର ସୂଚନା ଦେଇଛନ୍ତି।

ମହୁଆ ମୈତ୍ରଙ୍କ କାର୍ଯ୍ୟକୁ ‘ଏଥିକ୍ସ କମିଟି’ ୫୦୦ ପୃଷ୍ଠାସମ୍ବଳିତ ରିପୋର୍ଟରେ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ବୋଲି କହିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଲାଗି ଦାବୀ କରିଥିବା ଜଣାପଡିଛି। କମିଟି ସୁନିଶ୍ଚିତ କରିଛି ଯେ, ମହୁଆ ମୈତ୍ର ଅନଧିକୃତ ବ୍ୟକ୍ତିମାନଙ୍କ ସହିତ ‘ୟୁଜର୍‌ ଆଇଡି’ ସେୟାର୍‌ କରିଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ ଓ ଉପହାର ଗ୍ରହଣ କରିଛନ୍ତି।  ତେଣୁ, ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଉ। ଏହାକୁ ଭାରତ ସରକାର ଆଇନଗତ ଓ ବିଧିବଦ୍ଧ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ କରିବା ଉଚିତ ବୋଲି ‘ଏଥିକ୍ସ କମିଟି’ ପ୍ରକାଶ କରିଛି। ସଂସଦର ଶୀତକାଳୀନ ଅଧିବେଶନରେ ଏହି ରିପୋର୍ଟ ଦାଖଲ କରାଯିବ ଏବଂ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.