ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟି ୫୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛି । ଟିଏମସି ସାଂସଦଙ୍କୁ ତୁରନ୍ତ ବରଖାସ୍ତ କରିବା
ପାଇଁ ଏହି ରିପୋର୍ଟରେ ପ୍ୟାନେଲ୍ ସୁପାରିଶ କରିଛି ।
ମହୁଆ ମୋଇତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଏଥିକ୍ସ ପ୍ୟାନେଲର ବୈଠକ ପୂର୍ବରୁ ସଂକେତ ମିଳିଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରଙ୍କ ବିରୋଧରେ ବାଚସ୍ପତି ଓମ୍ ବିର୍ଲା ଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ପ୍ରଶ୍ନ ପାଇଁ ଟଙ୍କା ଅଭିଯୋଗ ଆଣିଥିଲେ । ବ୍ୟବସାୟୀ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଅଦାନୀ ଗ୍ରପକୁଟାର୍ଗେଟ୍ କରିବା ପାଇଁ ଲୋକସଭାରେ ପ୍ରଶ୍ନ କରିଥିବା
ଅଭିଯୋଗ ହୋଇଥିଲା।