THE BYAPINI

ମିଜୋରାମ ବିଧାନସଭା ନିର୍ବାଚନ:ବଦଳିଲା ରେଜଲ୍ଟ ତାରିଖ

Get real time updates directly on you device, subscribe now.

ନୂଆଦିଲ୍ଲୀ:  ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ। ୩ ତାରିଖ ବଦଳରେ ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତାରିଖ ପରିବର୍ତ୍ତନ ସମ୍ପର୍କରେ ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି କହିଥିଲେ। କିନ୍ତୁ ଏହା ରବିବାର ପଡ଼ୁଥିବା ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମ ଏନଜିଓ ସଂଯୋଜକ କମିଟି ଏହା ବିରୋଧରେ ବିକ୍ଷୋଭ କରିଥିଲା। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ରବିବାର ୩ ତାରିଖ ହେଉଛି ଇଷ୍ଟର। ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ତେଣୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା। ନିର୍ବାଚନ କମିଶନ କହିଛନ୍ତି, କାଉଣ୍ଟିଂ ତାରିଖ ବଦଳାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ। ଏହାକୁ ସମ୍ମାନ ଜଣାଇ କେବଳ ମିଜୋରାମରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ୪ ତାରିଖରେ କରାଯିବ।

ବାକି ୪ ରାଜ୍ୟ- ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ରାଜସ୍ଥାନରେ ଆସନ୍ତା ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Get real time updates directly on you device, subscribe now.

Leave A Reply

Your email address will not be published.