THE BYAPINI

ମିଲେଟ ମିଶନରେ ରାୟଗଡାର ଶ୍ରେଷ୍ଠ ପ୍ରଦର୍ଶନ : ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ରାୟଗଡା : ରାୟଗଡା ଜିଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାୟଗଡା ଜିଲାକୁ ପୁରସ୍କୃତ କରିଛନ୍ତି। ଏହି ଜିଲାରେ ମାଣ୍ଡିଆ ଚାଷ ପାଇଁ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା, ଯନ୍ତ୍ରପାତି ଯୋଗାଇବା ସହିତ ଉତ୍ପଦାନ ବଢ଼ାଇବାରେ ସହାୟକ ହୋଇଥିବାରୁ ଆଜି ଆନ୍ତର୍ଜାତିକ ମିଲେଟ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ରାୟଗଡା ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ ଓ ମୁଖ୍ୟ ଜିଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ । ଜିଲାରେ ଗତ ୨୦୨୧-୨୨ବର୍ଷରେ ୫୩୪୨୮.୯୬ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିବା ବେଳେ ୨୦୨୨-୨୩ ବର୍ଷରେ ୭୭୩୯୯.୫ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିଲା । କୃଷି ବିଭାଗ ତରଫରୁ ଗତ ଦୁଇ ବର୍ଷ ମଧ୍ୟରେ ମାଣ୍ଡିଆ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପତି ଯୋଗାଇ ଦିଆଯାଇଛି। ମାଣ୍ଡିଆ ଜାତୀୟ ଖାଦ୍ୟର  ଚାହିଦା ବଢାଇବା ନିମନ୍ତେ ଜିଲାର ୧୪ଟି ସ୍ଥାନରେ ମିଲେଟ ଶକ୍ତି ଟିଫିନ ସେଣ୍ଟର ଗତ ୨୦୨୧-୨୨ ବର୍ଷରେ  ଖୋଲାଯାଇଛି। ଚଳିତ ବର୍ଷ ମାଣ୍ଡିଆ ଲଡ଼ୁ ଓ ଖେଚେଡି ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଏବଂ ଅନୁସୂଚିତ ଜନଜାତି, ଜାତି ବିଦ୍ୟାଳୟରେ ଯୋଗାଇବା ପାଇଁ ଯୋଜନା କରାଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.